ଟ୍ରକକୁ ଧକ୍କା ଦେଇ ଜଲିଗଲା ଦୁଇ ଗୁରୁତର ଏକ ମୂର୍ତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟି ଦିଗହଣ୍ଡିର ରାସ୍ତାର କେ ନୂଆଗାଁ ରତନେଇ ମନ୍ଦିର ନିକଟରେ ଏକ ଟ୍ରକ କୁ ସାମନା ପଟୁ ବାଇକ୍ ଧକ୍କା ଦେଇ ଜଳିଜିବା ବେଳେ ତିନି ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଥିବା ଜଣା ପଡିଛି। ଆଜି ଅପରାହ୍ନ ରେ ଚିକିଟି ପଟୁ ତିନିଜଣ କେ ଟି ଏମ ବାଇକ୍ ରେ ଦୃତ ଗତିରେ ଯାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ କୁ ଧକ୍କା ଦେଇ ଥିଲେ। ଧକ୍କା ଦେବା ପରେ ବାଇକ୍ ଟି ଜଳି ଯାଇଥିଲା।ରାସ୍ତାରେ ଯାଉଥିବା ଲୋକମାନେ ତୁରନ୍ତ ତିନି ଯୁବକ ଙ୍କୁ ନିଆଁ ମଧ୍ୟରୁ ଉଦ୍ଧାର କରି ଥିଲେ। କେ ନୂଆଗାଁ ପୋଲିସ ଅନ୍ୟ ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିଟି ଡାକ୍ତର ଖାନକୁ ସ୍ଥାନାନ୍ତରିତ କରିଥିଲେ । ତେବ ବାଇକ୍ ଆରୋହୀ ଆନ୍ଧ୍ର ପ୍ରଦେଶ ର କେବେଟି ଥାନା ଟ୍ରିପୂଟୁର ଦୁଇ ଜଣ ଏବଂ ଭେଜୀପୁଟୁ ଜଣେ ବୋଲି ଜଣା ପଡିଛି । ଆହତ ଯୁବକ ମଧ୍ୟରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଥାନା ଅଧିକାରୀ କିଶୋର କୁମାର ସାମଲ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା କୁ ପଠାଇବା ସହ ତଦନ୍ତ ଆରମ୍ଭ କରି ଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ