ଡାକବିଭାଗର ର ଅବସରପ୍ରାପ୍ତ କର୍ମଚାରୀ ହରିବନ୍ଧୁଙ୍କ ବିୟୋଗରେ ଗଭୀର ଶୋକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍‍ଏସି ଅଧିନସ୍ଥ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡର ଅବସରପ୍ରାପ୍ତ ଡାକବିଭାଗର କର୍ମଚାରୀ ହରିବନ୍ଧୁ ବେହେରା (ବୟସ ପ୍ରାୟ ୯୦ବର୍ଷ)ଙ୍କର ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ବେହେରା ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ତଥା ଅବସରପ୍ରାପ୍ତ ଡାକବିଭାଗର କର୍ମଚାରୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍‍ଏସି ଅଧୀନସ୍ଥ ଆର୍ବନ ବ୍ୟାଙ୍କ ରୋଡ ସାହିର ବାସିନ୍ଦା ଅବସରପ୍ରାପ୍ତ ଡାକବିଭାଗର କର୍ମଚାରୀ ହରିବନ୍ଧୁ ବେହେରାଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ସୁନାମ୍ବ ସାହି ସ୍ଥିତ ପବିତ୍ର ଋଷିକୁଲ୍ୟ ନଦୀ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଚନ୍ଦ୍ରମା ବେହେରା, ପୁତ୍ର ଦେବରାଜ ବେହେରା, ଜୟରାମ ବେହେରା, ମଧୁସୂଦନ ବେହେରା, ପୁତ୍ରବଧୁ କୁନି ବେହେରା, ସବିତା ବେହେରା, ପିଙ୍କି ବେହେରା, କନ୍ୟା ତନୁ ବେହେରା, ସବିତା ବେହେରା, ମମତା ବେହେରା, ଜ୍ୟୋଇଁ ଦେବେନ୍ଦ୍ର ବେହେରା, ଗୋପାଳ ବେହେରା, ପ୍ରଫୁଲ ବେହେରାଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଡାକବିଭାଗର କର୍ମଚାରୀ ହରିବନ୍ଧୁ ବେହେରାଙ୍କ ଅକାଳ ବିୟୋଗରେ ସାମ୍ବାଦିକ ସରୋଜ କୁମାର ଦାଶ, ଆଇନଜୀବୀ ମହେଶ୍ୱର ବେହେରା, କାଉନସିଲର ଭାସ୍କର ବେହେରା, ସମାଜସେବୀ ମନୋଜ କୁମାର ଦାଶ, ବୁଦୁଲୁ ରାଓ, ବାଲାଜୀ ରେଡି, ମିଜୁ ମହାପାତ୍ର, ଦଣ୍ଡପାଣି ବେହେରା, ଅଭିମନ୍ୟୁ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ