ଡାବୁଗାଁରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନବରଙ୍ଗପୁର, (ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ବିଡିଓ ଶରତ ମାଝୀ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ , ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା, ସିଡିପିଓ ମିନତି ଦାସ ପ୍ରମୁଖ ମଞ୍ଚାଷୀନ ଥିଲେ।ବ୍ଲକ ର ୧୨ ଗୋଟି ପଞ୍ଚାୟତ ର ୨୧୧ ଜଣ ଚିକିତ୍ସା ସୁବିଧା ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ନାମ ପଞ୍ଜୀକୃତ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅସ୍ଥିଶଲ୍ୟ ବିଭାଗ ର ଡକ୍ଟର ନବଘନ ସେଠୀ ଓ ସୁମି ଡକି,ଚକ୍ଷୁ ବିଭାଗ ର ଡକ୍ଟର ରାଜେଶ ପଣ୍ଡା,କର୍ଣ୍ଣ ଗଳା ଓ ନାସା ବିଭାଗ ରୁ ଡକ୍ଟର ପ୍ରୀତି ଷଡ଼ଙ୍ଗୀ ଶ୍ରବଣ ବିଭାଗ ରୁ ଡକ୍ଟର ଶିବ ପ୍ରସାଦ ସାହୁ, ଫିଜିଓ ଥେରାପି ବିଭୁଦତ୍ତ ସେଠୀ ଓ ମାନସିକ ବିଭାଗ ରୁ ଘନଶ୍ୟାମ ବେହେରା ଯୋଗ ଦେଇ ସମସ୍ତ ପଞ୍ଜୀକୃତ ମାନଙ୍କ ଚିକିତ୍ସା କରିବା ସହ ସେଥିରୁ ୧୬୭ ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଯୋଗ୍ୟତା ହାସଲ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ପି ନାଗା ରାଓ,ଭଗବାନ ଖୁଣ୍ଟିଆ, ପିଇଓ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ