ଡ.ମହତାବଙ୍କ ପରି ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଓଡିଶାରେ ବିରଳ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଜନ୍ମ ପୀଠ ଆଗରପଡା ହେମପଦ୍ମା ଗାଲାକ୍ସି ପରିସରରେ ୨ ଦିନ ଧରି ପାଳିତ ହେଉଥିବା ୧୨୫ ତମ ମହତାବ ଜନ୍ମ ଜୟନ୍ତୀ ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଭାରତୀୟ ରାଜନୀତି ଡ.ମହତାବ ଏକ ଚର୍ଚ୍ଚିତ ନାମ । ଶିଲ୍ପ, ବନ୍ଦର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଓଡିଶା କିପରି ଅଗ୍ରଗତି କରିବ ସେନେଇ ସେ ସର୍ବଦା ଚିନ୍ତା କରୁଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ଖବର କାଗଜର ସଂପାଦକୀୟରେ ସେ ଅନେକ କଥା ଲେଖି ତାର ସମାଧାନ କରିପାରୁଥିଲେ । ତାଙ୍କ ପରି ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଓଡିଶାରେ ବିରଳ ବୋଲି ସେ କହିଥିବା ବେଳେ ତାଙ୍କ ସରକାର ଡଃ.ମହତାବଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ଯାଉଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ହ୍ୟୁମାନ ରାଇଟ୍ସ କମିଶନର ସଦସ୍ୟ ଅସୀମ ଅମିତାଭ ଦାସ, ଦିଗପହଣ୍ଡି ବିଧାୟକ ତଥା ଚଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଭଦ୍ରକ ବିଧାୟକ ସିତାଶୁଂ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂ ର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ମୁକ୍ତିକାନ୍ତ ମଣ୍ଡଳ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଗକୁ ଶହେ ବର୍ଷ ପୁର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବରପୁତ୍ରଙ୍କ ଗାଥା ଓ କଥାକୁ ମନେ ରଖିବା ପାଇଁ ପ୍ରତିମୁର୍ତ୍ତି ଓ ଗ୍ରନ୍ଥାଗାର ପ୍ରତିଷ୍ଠା କରି ମହତାବଙ୍କୁ ମନେ ରଖିବାର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଜୟନ୍ତୀ କମିଟିର ସଭାପତି ହାଇକୋର୍ଟର ଆଇନଜିବୀ ମନୋଜ ରାୟ ସଭାପତିତ୍ୱ କରିଥିଲେ । ସମ୍ପାଦକ ପ୍ରଦ୍ୟୁମ୍ନ ପୁହାଣ ବିବରଣୀ ପାଠ, ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ଓ ଅଧ୍ୟାପକ ହରିହର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଶିକ୍ଷାବିତ୍ ହରମୋହନ ପଣ୍ଡା, ଡଃ.ପୃଥୀରାଜ ପଣ୍ଡା, ଚନ୍ତାମଣି ପାଣିଗ୍ରାହୀ, ସନତ ଜେନା, ଦେବୀ କିଙ୍କର ବ୍ରହ୍ମଦାସ ପାଣିଗ୍ରାହୀ, ରାମଚନ୍ଦ୍ର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମ ଅଧିବେସନରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ ।