ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ହୋଲି ଉତ୍ସବ ପାଳିତ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ହୋଲି ଉତ୍ସବ ସ୍ଥାନୀୟ ଜବାହାର ଚୌକ ଠାରେ ପାଳିତ ହୋଇଯାଇଛି l ଫୋରମର ପ୍ରତିଷ୍ଠାତା ସଦସ୍ୟ ତଥା ଦୈନିକ ପ୍ରଶାନ୍ତ ଖବର କାଗଜର ଏଡିଟର ପ୍ରଦୀପ ଦାସ ଅତିଥି ଭାବେ ଯୋଗଦେଇଥିଲେ l ପ୍ରତିବର୍ଷ ପରି ସ୍ପେସିଆଲ ଗୁଣାତ୍ମକ ଶୁଖିଲା ରଙ୍ଗ ବ୍ୟବହାର କରାଯାଇଥିଲା l ଯାହାକି ମନୁଷ୍ୟ ଶରୀରରେ କୌଣସି କୁପ୍ରଭାବ ପକାଏ ନାହିଁ l ତାସହିତ ପୋଦିନା, ଗୋଲମରିଚ, ଅଦା, ବୁନ୍ଦିଆ, ରସଗୋଲା, ଦହି ଇତ୍ୟାଦି ମିଶାଯାଇ ଏକ ସର୍ବତ ତିଆରି କରାଯାଇ ବଣ୍ଟନ କରାଯାଇଥିଲା l ଏହି ଉତ୍ସବରେ ସମସ୍ତ ରାଜନୈତିକ ଦଳ ବିଜେଡି, କଂଗ୍ରେସ, ବିଜେପି ଓ ଆମ୍ ଆଦମୀ ପାର୍ଟି ର ନେତା, ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ, ପୂଜା କମିଟି ମେମ୍ବର ଏବଂ ବିଭିନ୍ନ ସାମାଜିକ ସଂସ୍ଥାର ସଦସ୍ୟ ମାନେ ଫୋରମର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ