ତକତପୁର ଠାରେ ଖୋଲିଲା କେକିସ୍ ବେକରୀ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ): ନୂତନ ବର୍ଷକୁ ଆଖିଆଗରେ ରଖି କେକିସ୍ ବେକରୀ ତାର ନୂତନ ଆଉଟଲେଟ୍ ବାରିପଦାର ତକତପୁର ଠାରେ ଆରମ୍ଭ କରିଛି। ଘନ ଜନବସତି ଓ ବହୁ ଶିକ୍ଷାନୁଷ୍ଠାନ ଓ ଯୁବପିଢ଼ିକୁ ଲକ୍ଷ୍ୟ ରଖି କେକିସ୍ ବେକରୀ ତାର ସପ୍ତମ ଆଉଟଲେଟ୍ ତକତପୁରର ଉନିଭରସିଟି ରୋଡ଼ରେ ଶୁଭାରମ୍ଭ କରିଛି। ସମ୍ମାନିତ ଅତିଥି ରୂପେ ବାରିପଦା ପୌରପାଳିକାର ଅଧକ୍ଷ କୃଷ୍ଣାନନ୍ଦ ମହାନ୍ତି (ବାଦଲ ଭାଇ) ଯୋଗ ଦେଇ ଫିତା କାଟି ଏହାର ଭବିଷ୍ୟତ କାମନା କରିଛନ୍ତି। ରବିବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ ସମୟରେ ୨୩ ନମ୍ବର ୱାର୍ଡ଼ କାଉନସିଲର ଅନନ୍ତ ଦାସ (ମାନୁ), କେକିସ ବେକରୀର ମାଲିକ ଦିବ୍ୟ ରଞ୍ଜନ ସାହୁ, ଭଞ୍ଜପୂର୍ ଆଉଟଲେଟ୍ ର ମାଲିକ ଆକାଶ କଙ୍କରିଆ, ତକତପୁର ଆଉଟଲେଟ୍ ର ମାଲିକ ସୁବ୍ରତ କୁମାର ଦାସ, ଲିଭ୍ୟା ହୋଟେଲ ମାଲିକ ରମେଶ ଚନ୍ଦ୍ର ସିଂହ (ଭିକି), ବାରିପଦା ୟୁରୋ କିଡ୍ସର ଚେୟାର ପର୍ସନ ସୁନିତା ଘିବେଲା, ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାସ, ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଠାରେ କଷ୍ଟମାଇଜ୍ କ୍ୟାକ, ବେକରୀ, ଆଇସକ୍ରିମ, ହଟ୍ ଏଣ୍ଡ କୋଲ୍ଡ ଡ୍ରିଙ୍କସ ସହିତ ଜନ୍ମଦିନର ସମସ୍ତ ଗିଫ୍ଟ ଏଠାରେ ଉପଲବ୍ଧ ରହିବ। ଅଣ୍ଡା ବିହୀନ କ୍ୟାକ୍ ଓ କମ୍ ଦାମରେ ସ୍ୱାସ୍ଥ୍ୟକର ଖାଦ୍ୟର ମଜା ନେଇ ପାରିବେ ଏଠାରେ ଗ୍ରାହକ।