ତୁଳସୀ ଚଉରା ଏବଂ ତକତପୁରରେ ସୁଦୃଶ୍ୟ ମେଢ଼ ଦେଖିବାକୁ ଗହଳି

ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୃଣ୍ମୟୀ ଦୂର୍ଗାପୂଜାର ପରଂପରା ମୟୂରଭଂଜରେ ବହୁ ପୁରାତନ ହୋଇଥିବା ବେଳେ, ରାଜଦରବାର ସମୟରୁ ବାରିପଦାରେ ସାର୍ବଜନୀନ ମୃଣ୍ମୟୀ ଦୁର୍ଗା ପୂଜା ହୋଇ ଆସୁଛି. ତେବେ ଚଳିତ ବର୍ଷ ବାରିପଦା ସହରର ମୋଟ ୨୬ଟି ସ୍ଥାନରେ ଦୂର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ, ତୁଳସୀଚୌରା, ପାଲବଣି ଓ ତକତପୁର ଠାରେ ହେଉଥିବା ଦୂର୍ଗା ପୂଜାରେ ସୁଦୃଶ୍ୟ ତୋରୋଣ ସାଜସଜ୍ଜା ମେଳା ଆଦି ପାଇଁ ଏହି ତିନି ପୂଜା ମଣ୍ଡପ ଚର୍ଚ୍ଚାରେ ରହିଛି. ସେହିପରି ବଡବଜାର, ଥାନା ଛକ, ହରପାର୍ବତୀ ପୂଜା, ଭଂଜପୁର, ମୁର୍ଗାବାଡି, ବାରୁଣୀ ରୋଡ଼, ପୋଡା ଅସ୍ତିଆ, ଗୋଲାପବାଗ, ହସ୍ପିଟାଲ ପାଖ, ଷ୍ଟେସନ ବଜାର, ସୁନାମୁହିଁ, ତେନ୍ତୁଳିଡ଼ିଙ୍ଗା, ବିଜୟ ରାମଚନ୍ଦ୍ରପୁର, ଟାଙ୍କିସାହି ଆଦି ସ୍ଥାନରେ ସୁଉଚ୍ଚ ତୋରଣ ସହିତ ଭବ୍ୟ ପୂଜାମଣ୍ଡପ ରେ ମାନଙ୍କର ମହା ଅଷ୍ଟମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି. ଆଜି ମା ଙ୍କର ମହାଆଷ୍ଟମୀ ପୂଜା ଥିବାରୁ ସକାଳ ଠାରୁ ବ୍ରତ ଧାରି ମାନେ ପୂଜାପାଇଁ ଲମ୍ବା ଧାଡି ଲଗାଇ ଥିବାର ଦେଖାଯାଇଥିଲା. ଚଳିତ ବର୍ଷ ପାଲବଣୀ ଠାରେ ଡିଜନିୱାର୍ଲ୍ଡ ସଦୃଶ ତୋରଣ, ତୁଳସୀ ଚୋୖରା ଠାରେ ପୁରୀ ଶ୍ରୀ ମନ୍ଦିର ସଦୃଶ ତୋରଣ ନିର୍ମାଣ କରାଯାଇ ଥିବାରୁ ମେଢ଼ ଦେଖିବାକୁ ସନ୍ଧ୍ୟାରେ ପ୍ରବଳ ଗହଳି ଲାଗିଛି. ତେବେ ଦୁର୍ଗା ପୂଜା ପାଇଁ ସମ୍ଭବ୍ୟ ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ସହରର ୨୬ଟି ମଣ୍ଡପ ଲାଗି ୪ପ୍ଲାଟୁନ ପୋଲିସ ଫୋର୍ସ ସହିତ ୭ଟି ଟ୍ରାଫିକ ପୋଷ୍ଟ ଓ ୨ଟି ମୋବାଇଲ ପେଟ୍ରୋଲିଂ ଭ୍ୟାନ ୨୪ଘଣ୍ଟା କାର୍ଯ୍ୟରତ ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗର ସୀମାନ୍ତ ବର୍ତି ଅଞ୍ଚଳ ହୋଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପଡୋଶୀ ରାଜ୍ୟରୁ ମଧ୍ୟ ଦର୍ଶକଙ୍କ ଭିଡ଼ ଲାଗିରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ