ତୁଳସୀ ପୂଜନ ଦିବସ ପାଳିତ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଡିସେମ୍ବର ୨୫ ତାରିଖଟିକୁ ଏଠାରେ “ତୁଳସୀ ପୂଜନ ଦିବସ” ଭାବେ ପାଳନ କରାଯାଇଛି। ଏହି ଉପଲକ୍ଷେ ବୁଧବାର ସକାଳେ ସ୍ଥାନୀୟ ବଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ବିଶେଷ “ତୁଳସୀ ପୂଜନ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ନେତା କବିବିଷ୍ଣୁ ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ଧାର୍ମିକ/ସାଂସ୍କୃତିକ ଉତ୍ସବରେ ଇସ୍କନ କର୍ମକର୍ତ୍ତା ଗୋପୀନାଥ ପ୍ରଭୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିବା ବେଳେ ସର୍ବଶ୍ରୀ ନରେନ୍ଦ୍ର ସିଂ, ଦିବାକର ତ୍ରିପାଠୀ, ଦୟାନିଧି ଦାସ, ନିର୍ମଳ କୁମାର ଜେନା ବିଶ୍ୱଜିତ ରଣା, ମୋହନ ଗିରି, ବିଜୟ କୁମାର ଦାସ, ହେମଲତା ଦାସ, ଶୋଭାବତୀ ଓତା, କୌଶଲ୍ୟା ନାଏକ ଓ ସୃଷ୍ଟି ହୋତା ପ୍ରମୁଖ ମଧ୍ୟ ଉତ୍ସବର ବିଶେଷତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଭା ଅନୁଷ୍ଠିତ ହେବା ପୂର୍ବରୁ ମନ୍ଦିର ସମ୍ମୁଖସ୍ଥ ତୁଳସୀ ଚଉରା ନିକଟରେ ମୁରୁଜ ଦିଆଯାଇ ତୁଳସୀଙ୍କୁ ସ୍ନାନପୂତ କରାଇ ନବ ବସ୍ତ୍ର ପରିଧାନ କରାଯାଇଥିଲା। ତାପରେ “ତୁଳସୀ ମାତାକୀ ଜୟ” ଧ୍ଵନି ଦିଆଯିବା ସହ ତୁଳସୀଙ୍କର ବନ୍ଦନା, ପ୍ରାର୍ଥନା ସହ ସମନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଥିଲା। ଉତ୍ସବକୁ ସଫଳ କରିବା ଦୃଷ୍ଟିରୁ ସର୍ବଶ୍ରୀ ଅଚ୍ୟୁତ ପ୍ରସାଦ ମହାପାତ୍ର, ଯୋଗେଶ ଦଣ୍ଡପାଟ, ପ୍ରବୀର ଦାସବାବୁ, ଅମିତ ନାୟକ, ସଞ୍ଜୟ କୁମାର ରାମ,ସପନ ଘୋଷ, ଦେବାଶିଷ ଦାସ,ଦିବ୍ୟରଞ୍ଜନ ବିଶ୍ୱାଳ ଓ ହରିହର ପଣ୍ଡା ପ୍ରମୁଖ ବେଶ ତତ୍ପର ଥିବା ଲକ୍ଷ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ମହିଳା ତଥା ଶତାଧିକ ଯୁବଛାତ୍ର ସାମିଲ ହେବାଟା ବିଶେଷ ଲକ୍ଷଣୀୟ ଥିଲା।