ତ୍ରିନାଥ ସେବା ସଂଗଠନ” ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ

କଟକ, (ଯୁଗାବ୍ଦ ନ୍ୟୁଜ):ଇଂରାଜୀ ନବବର୍ଷ ଉପଲକ୍ଷେ ଶ୍ରୀ ଶ୍ରୀ ତ୍ରିନାଥ ସେବା ସଂଗଠନ ପକ୍ଷରୁ ସଭାପତି ତୀର୍ଥାନନ୍ଦ ପଣ୍ଡା ଙ୍କ ନେତୃତ୍ୱରେ ଜଗତପୁର ୪୮ନଂ ୱାର୍ଡ ଅନ୍ତର୍ଗତ ଭୁବନପୁର ଗ୍ରାମର ନୂତନ ଉଦ୍ୟାନ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଗଠନର ସଦସ୍ୟ ତଥା ଅଞ୍ଚଳର ମୁରବୀ ମାନେ ଯୋଗଦେଇଥିଲେ । “ଗଛ ଆମର ପରମ ବନ୍ଧୁ” ଶୀର୍ଷକ ଆଲୋଚନା ଚକ୍ର ରେ ବକ୍ତାମାନେ ଗଛର ଉପକାରିତା ସମ୍ପର୍କରେ କହିବା ସହ ଗଛର ସୁରକ୍ଷା କିପରି ଜୀବନ ରକ୍ଷା ସେ ସମ୍ପର୍କରେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ କରୁଣାକର ଦାସ,ଗଛ ପ୍ରେମୀ ତଥା ପରିବେଶବିତ୍ କାମପାଳ ଶତପଥୀ,ବୟୋଜ୍ୟେଷ୍ଠ ମୁରବୀ ନିର୍ମଳ ଚନ୍ଦ୍ର ପଣ୍ଡା,୪୮ନଂ ୱାର୍ଡ କର୍ପୋରେଟର ଙ୍କ ପ୍ରତିନିଧି ନାଗେଶ୍ଵର ବେହେରା, ସଂଗଠନର ସମ୍ପାଦକ ଦୟାନିଧି ବିଶ୍ବାଳ,ସଂଯୋଜକ ସୁବାଷ ମିଶ୍ର,କୋଷାଧ୍ୟକ୍ଷ ଯଶୋବନ୍ତ ପଣ୍ଡା,ସଂଗଠନର ଉପଦେଷ୍ଟା ଚିରଞ୍ଜୟ ବେହେରା,ମାନସ ପରିଡ଼ା,ଚିତ୍ତ ରଞ୍ଜନ ପଣ୍ଡା,ରବି ନାରାୟଣ ଦାସ, ଦିବାକର ବେହେରା,ବ୍ରଜ କିଶୋର ବସ୍ତିଆ,ଲକ୍ଷ୍ମୀଧର ମହାରଣା, ଅମର ସାହୁ,ପ୍ରକାଶ ବେହେରା, କେ.ସୂର୍ଯ୍ୟ ନାରାୟଣ, ଅନନ୍ତ ବରାଳ,ଦେବାଶିଷ ଦାସ, ଯୋଗେନ୍ଦ୍ର ବାରିକ,ସପନ ଡାକୁଆ,ନଟବର ବେହେରା, କୃପାସିନ୍ଧୁ ନାୟକ,ଜଗବନ୍ଧୁ ସ୍ୱାଇଁ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିବା ସହ ନୂତନ ଉଦ୍ୟାନ ଟିର ନାମ “ତ୍ରିନାଥ ଶିଶୁ ଉଦ୍ୟାନ” ରଖାଯିବାକୁ ସ୍ଥାନୀୟ କର୍ପୋରେଟର ଙ୍କ ଜରିଆରେ ସିଏମସି କୁ ଅନୁରୋଧ କରାଯାଇଥିଲା ।ଚାରା ରୋପଣ କାର୍ଯ୍ୟକ୍ରମରେ ବଉଳ, ଅଶୋକ,ପଣସ, ଅଅଁଳା,ବେଲ,ଚାରା ଇତ୍ୟାଦି ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ