ତ୍ରୀଦିବସୀୟ ସହସ୍ର ଜ୍ୟୋତିର୍ଲିଙ୍ଗ ଝାଙ୍କିର ଉଦଯାପନ ପର୍ବ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ମହାଶିବରାତ୍ରି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପସେବା କେନ୍ଦ୍ର ତଥା ନିଳାଦ୍ରୀ ବିହାର ସ୍ଥିତ ଶାନ୍ତି ସ୍ରୋତ ଭବନରେ ଷୋହଳ ଦିନ ବ୍ୟାପି ଶିବ ସନ୍ଦେଶ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି । ଏଥି ସହିତ ଶେଷ ତିନି ଦିନ ଚୈତନ୍ୟ ଓ ସହସ୍ର ଜ୍ୟୋତିର୍ଲିଙ୍ଗ ଝାଙ୍କିର ଆୟୋଜନ କରାଯାଇଥିଲା। ପ୍ରଥମ ଦିବସରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ତହସିଲଦାର ଅବିନାଶ କୁମାର ମୋହୋରଙ୍କ କରକମଳରେ ସହସ୍ର ଜ୍ୟୋତିର୍ଲିଙ୍ଗ ଝାଙ୍କିର ଉଦଘାଟନ କରାଯାଇଥିଲା। ଦ୍ଵିତୀୟ ଦିବସରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ.ଧନଞ୍ଜୟ ସାର୍, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଅଷ୍ଟମ ସ୍ବତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ଅଧିକାରୀ ସୁଧାକର ମିଶ୍ର ସାର୍ ଉପସ୍ଥିତ ରହି ସନ୍ଧ୍ୟା ପ୍ରଦୀପ ପ୍ରଜ୍ବଳନ କରିବା ସହିତ ୮୦ରୁ ଉର୍ଦ୍ଧ୍ବ ବିଭିନ୍ନ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। ତୃତୀୟ ଦିବସର ପୂର୍ବାହ୍ନ ୧୦ ଘଣ୍ଟିକାରେ ଅତିରିକ୍ତ ଜିଲ୍ଲା ଜଜ୍ ଦେବଦତ୍ତ ପଟ୍ଟନାୟକ ଓ ଅତିରିକ୍ତ ଉପ ଜିଲ୍ଲାପାଳ ସୁମନ ଘୋଷଙ୍କ ଦ୍ବାରା ଶିବ ଧ୍ବଜା ଉତ୍ତୋଳନ କରାଯାଇଥିଲା। ସନ୍ଧ୍ୟା କାର୍ଯ୍ୟକ୍ରମରେ ଉପଖଣ୍ଡୀୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିତାଂଶୁ ଶେଖର ଶତପଥୀ ଓ ଦକ୍ଷିଣ ଘୁମୁସର ବନ ସୁରକ୍ଷା ଅଧିକାରୀ ବିବେକା ଦାଶ ସାର୍ ଉପସ୍ଥିତ ଥିଲେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଶିବରାତ୍ରି ତଥା ଭଗବାନ ଶିବଙ୍କ ଜନ୍ମୋତ୍ସବ ପାଳନର ଉଦ୍ଦେଶ୍ୟ ସଂପର୍କରେ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସମସ୍ତ ଅତିଥି, ଶ୍ରଦ୍ଧାଳୁ, ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀଙ୍କୁ ଅବଗତ କରାଉଥିଲେ। ଇତି ଅବସରରେ ଭଞ୍ଜନଗର ଓ ବେଲଗୁଣ୍ଠାର ୪୫ଟି ବ୍ରହ୍ମାକୁମାରୀ ପାଠଶାଳାମାନଙ୍କରେ ଶିବ ଧ୍ବଜା ଉତ୍ତୋଳନ କରାଯାଇ ସ୍ଥାନୀୟ ଲୋକଙ୍କୁ ଶିବରାତ୍ରି ପାଳନର ଉଦ୍ଦେଶ୍ୟ ଓ ସହଜ ରାଜଯୋଗ ଉପରେ ଶିକ୍ଷା ଦିଆଯାଉଥିଲା। ସହସ୍ରାଧିକ ଶ୍ରଦ୍ଧାଳୁ,ଶିବ ଭକ୍ତଙ୍କ ସମାଗମ ହୋଇଥିଲା ।ନାଚ, ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।