ଥାନା ପରିସରରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ଥାନାକୁ ଆସୁଥିବା ଲୋକଙ୍କ ପାନୀୟଜଳ ସମସ୍ୟାକୁ ଆଖିଆଗରେ ରଖି ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଆଜି ବେଲଗୁଣ୍ଠା ଥାନା ପରିସରରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଯୋଗାଇ ଦେଇଥିଲେ l ଏହାକୁ ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରୋଟାରୀ କ୍ଲବର 23/24 ସଭାପତି ସନତ କୁମାର ସୁବୁଦ୍ଧି, 25/26 ସଭାପତି ରଞ୍ଜିତ କୁମାର ବାରିକ,ଭି ଦେବୀପ୍ରସାଦ ପାତ୍ର, ମଧୁସୂଦନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ରବୀନ୍ଦ୍ର ପାଣିଗ୍ରହ, ରାମଚନ୍ଦ୍ର ମିଶ୍ର, ଦିଲ୍ଲୀପ ରାଜୁ, ସୁଶାନ୍ତ ବେହେରା, ସନ୍ତୋଷ ପାତ୍ର, ପବିତ୍ର ପ୍ରଧାନ, ଯୋଗ ଦେଇଥିବାବେଳେ ବେଲଗୁଣ୍ଠା ଥାନାର ଏସ ଆଇ ଅଭୟ ପ୍ରଧାନ ଓ ନାରାୟଣ ନାୟକ, ଏଏସଆଇ ଜୋଛନାରାଣୀ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ବେଲଗୁଣ୍ଠା ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ