ଦକ୍ଷିଣପୁର ଜଳ ଭଣ୍ଡାରରେ ପ୍ରଥମ କରି ବିଦେଶାଗତ ପକ୍ଷୀ

କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ଜଳ ଭଣ୍ଡାରରେ ପ୍ରଥମ କରି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି l ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଉରେସିଆନ କୁଟ ବା ଜୁଇ କଇମ,ରେଡ କ୍ରିଏଷ୍ଟାଡ ପୋଚାର୍ଡ ବା ରଙ୍ଗା ଗେଣ୍ଡି,ଗଡ଼ ୱାଲ ବା ମାଟିଆ ଗେଣ୍ଡି ଥିବା ଚିହ୍ନଟ ହୋଇଛି l ସାଇବେରିଆ ବିଦେଶାଗତ ପକ୍ଷୀ ମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଜଳ ଭଣ୍ଡାରରେ ବୁଲୁଛନ୍ତି l
ପୂର୍ବରୁ ଦକ୍ଷିଣପୁର ଜଳ ଭଣ୍ଡାରରେ ବ୍ରହ୍ମପୁରକୁ ଜଳ ଯୋଗାଣ ନିମନ୍ତେ ବର୍ଷ ସାରା ଜଳ ପରିପୂର୍ଣ୍ଣ ରହୁଥିଲା କିନ୍ତୁ କିଛି ବର୍ଷ ହେବ ଯାନିବିଲରୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିବାରୁ ଅପେକ୍ଷାକୃତ ଜଳ ସ୍ତର କମ ରହୁଛି ତେଣୁ ଶୈବାଳ ଓ ଜଳଜ କୀଟ ବୃଦ୍ଧିରେ ସହାୟକ ହେଉଛି ଯାହାକି ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ବୋଲି ପରିବେଶପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରକାଶ କରିଛନ୍ତି l
ପୂର୍ବରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗ୍ଲୋସି ଆଇବିଶ ଓ ବ୍ଲାକ ହେଡେଡ ଆଇବିଶ ଦେଖିବାକୁ ମଧ୍ୟ ମିଳିଛି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର ତେବେ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନତା କଲେ ଆସନ୍ତା ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ଥାନୀୟ ବାସିନ୍ଦା ନଳିନୀ କାନ୍ତ ପରିଡା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ