ଦସ୍ତଖତ ଅଭିଯାନ ଆରମ୍ଭ କଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ
ଶେରଗଡ, (ଅନୀଲ କୁମାର ପଣ୍ଡା):ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ଦୀର୍ଘ ଦିନ ଧରି ଜାରି ରହିଥିବା ଦାବିକୁ ପୂରଣ କରିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ମାନଙ୍କ ରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଈଥିବା ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ଭୁକ୍ତ କରିବା ଲାଗି ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେବେ ରାଜ୍ୟରେ ସାଧାରଣ ନିର୍ବାଚନ ପରେ ସତ୍ତା ପରିବର୍ତ୍ତନ ହୋଈଥିବାରୁ ପ୍ରଥମ ଥର ଲାଗି ବିଜେପି ସରକାର ଗଠନ କରିଛି। ସରକାରଙ୍କ ସହାନୁଭୂତି ସହ ସେମାନଙ୍କ ଦାବି ପୂରଣ ଲାଗି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବ୍ୟାପୀ ଦସ୍ତଖତ ଅଭିଯାନ ଆରମ୍ଭ ହୋଈଯାଈଛି। ଏହି ଅବସରରେ ଆଜି ଶେରଗଡ ଡିଗ୍ରୀ ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ, କର୍ମଚାରୀ ମାନେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଦସ୍ତଖତ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର କର୍ମଚାରୀ ବଳଭଦ୍ର ଦାସ, ସଦାନନ୍ଦ ତ୍ରିପାଠୀ, ଆଲୋକ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ସାହୁ, କାଳୁ ନାହାକ ଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।