ଦାଦନ ଆଖିରେ ଲୁହ ଗଛ ଉପରେ ବିତିଲା ଗୋଟାଏ ରାତି

ନୀଳଗିରି,(ୱାଏନଏସ):ପରିବାର ଆର୍ଥିକ ଅନାଟନ କୁ ଦୂରୀଭୂତ କରିବା ପାଇଁ ଦାଦନ ଖଟିବାକୁ ସୁଦୂର ଗୁଜୁରାଟକୁ ଯାଇଥିଲା | ସେଠାରେ ଏଲାଣ୍ଟା ନାମକ ଘରୋଇ ମାର୍ବଳ କମ୍ପାନୀରେ କାମ କରୁଥିଲା | ଆଜକୁ ଚାରିମାସ ପୂର୍ବରୁ ଉକ୍ତ ଯୁବକକୁ ଉଭୟ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଥିଲା | ଏପରିକି ଘର ଲୋକ ସହିତ ଯୋଗାଯୋଗ କରିବାକୁ ଦିଆଯାଉନଥିଲା | ଯୁବକ ଜଣକ ପ୍ରତିବାଦ କରିବାରୁ କମ୍ପାନୀର କର୍ମଚାରୀ ଯୁବକଙ୍କୁ ପିଟା ମରା କରିବା ସହିତ ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି | ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତ ଜାମୁଡ଼ିହି ସାହିର ପୁରୁଷୋତ୍ତମ ବିଶ୍ୱାଳଙ୍କ ପୁଅ ଜଗନ୍ନାଥ ବିଶ୍ୱାଳ (୨୧) ନିଜ ପାରିବାର ପ୍ରତିପୋଷଣ କରିବା ପାଇଁ ଆଜକୁ ଦେଢ଼ ବର୍ଷ ପୂର୍ବରୁ ଗୁଜୁରାଟ ମୁର୍ବୀ ଜିଲ୍ଲା ର ଉକ୍ତ ମାର୍ବଲ କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲା | କମ୍ପାନୀର ଅସହ୍ୟ ନିର୍ଯାତନା ସହ୍ୟ କରି ନପାରି ଆତ୍ମ ରକ୍ଷା ପାଇଁ ପାଚେରୀ ଡେଇଁ ଜଗନ୍ନାଥ ସେଠାରୁ ପଳାଇ ଆସିଥିଲା | ପରେ ଘରକୁ ଆସିବା ପାଇଁ ଓକେଲେନ ରେଳ ଷ୍ଟେସନ ରେ ପହଞ୍ଚିବା ପରେ କିଛି ଦୁର୍ବୁତ୍ତଙ୍କ ପ୍ରାଣାନ୍ତକ ଆକ୍ରମଣ ରେ ଶିକାର ହୋଇଥିଲେ ଜଗନ୍ନାଥ | ଅନ୍ୟୁନ ୬ରୁ ଉର୍ଦ୍ଧ ଦୁର୍ବୁତ୍ତ କଳା ମୁଖା ପିନ୍ଧି ଜଗନ୍ନାଥଙ୍କୁ ଆକ୍ରମଣ କରି ପାଖରେ ଥିବା ୨୫ ହଜାର ଟଙ୍କା ଛଡ଼ାଇ ନେଇ ସ୍ଥାନ ଛାଡ଼ି ଫେରାର ହୋଇ ଯାଇଥିଲେ | କୌଣସି ପ୍ରକାରେ ସେଠାରୁ ଖସି ଗୋଟାଏ ରାତି ଅଖିଆ ଅପିଆ ଗଛ ଉପରେ କଟାଇ ଥିଲା ଜଗନ୍ନାଥ | ପରେ ଘଟଣା ବାବଦରେ ଫୋନ ଯୋଗେ ଘର ଲୋକଙ୍କୁ ଜଣାଇବା ପରେ ଗୁଜୁରାଟ ପୋଲିସ ଓ ଦିଲ୍ଲୀ ମାନବାଧିକାର କମିଶନର ଙ୍କୁ ପରିବାର ପକ୍ଷରୁ ଯୋଗାଯୋଗ କରାଯାଇଥିଲା | ମୁର୍ବୀ ପୋଲିସ ଜଗନ୍ନାଥ ର ମୋବାଇଲ କୁ ଟ୍ରାକ କରିବା ସହ ଦିଲ୍ଲୀ ମାନବାଧିକାର କମିଶନର ଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଉଧାର କରାଯାଇଥିଲା | ପରେ ରେଳ ପୋଲିସ ସହାୟତା ରେ ଓକେଲେନ ଷ୍ଟେସନ ରୁ ଖଡ଼ଗପୁର ପର୍ଯ୍ୟନ୍ତ ସୁରକ୍ଷା ରେ ପହଞ୍ଚାଇ ଥିଲେ | ପରେ ଭାରତୀୟ ହ୍ୟୁମାନରାଇଟ୍ସ କାଉନସିଲ ର ଫାଉଣ୍ଡର ଡ. ପୂର୍ଣଚନ୍ଦ୍ର ସାହୁ ନିଜ କର୍ମଚାରୀଙ୍କୁ ସଦଳବଳେ ଧରି ଖାଡ଼ଗପୁର ରେଳ ଷ୍ଟେସନ ରେ ପହଞ୍ଚି ଜଗନ୍ନାଥଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି କରିଥିଲେ | ପାରିବାର ଲୋକ ନୀଳଗିରି ମେଡ଼ିକାଲରେ ପହଞ୍ଚିଥିଲେ | ଏବେ ଜଗନ୍ନାଥ ଚିକିତ୍ସାଧିନ ଅଛନ୍ତି | ଏନେଇ ପରିବାର ପକ୍ଷରୁ ଗତ ୨ ତାରିଖ ଦିନ ନୀଳଗିରି ଥାନାରେ ଜଗନ୍ନାଥ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରାଯାଇଥିଲା | ଉକ୍ତ ଘଟଣା ସମ୍ପର୍କରେ ଭାରତୀୟ ହ୍ୟୁମାନରାଇଟ୍ସ କାଉନସିଲ ବାଲେଶ୍ୱର ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ | ଆଜି ବାଲେଶ୍ୱର ଜିଲ୍ଲାପାଳ ନୀଳଗିରି ମେଡିକାଲ ରେ ପହଞ୍ଚି ଜଗନ୍ନାଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ | ତେବେ ପ୍ରତିଦିନ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଉଭୟ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ବିଭିନ୍ନ କମ୍ପାନୀ ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି | ଜଗନ୍ନାଥଙ୍କ ଜୀବନକୁ ବଞ୍ଚାଇ ଥିବାରୁ ଭାରତୀୟ ହ୍ୟୁମାନରାଇଟ୍ସ କାଉନସିଲ ର ଅଧିକାରୀ ମନଙ୍କୁ ପାରିବର ପକ୍ଷରୁ ସାଧୁବାଦ ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ