ଦାରିଙ୍ଗବାଡି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୪୨ଜଣ କରୋନା ପଜିଟିଭ ଚିହ୍ନଟ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ୪୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ସ୍ପଷ୍ଟ କରାଯାଇଛି। ଜିଲାରୁ ମୋଟ ୪୮ଜଣ ପଜଟିଭ ଥିବାବେଳେ କେବଳ ଦାରିଙ୍ଗବାଡ଼ିରେ ଏହି ସଂଖ୍ୟା ୪୨। ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ବୋଲି ଜଣାପଡିଛି। ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପ୍ରବାସୀଙ୍କ ମଧ୍ୟରୁ ତାମିଲନାଡ଼ୁରୁ ୨୧ ଜଣ ଫେରିଥିବା ବେଳେ କେରଳରୁ ୧୭, ଗୁଜୁରାଟରୁ ୬, ଆନ୍ଧ୍ର୍ରପ୍ରଦେଶରୁ ୨ ଏବଂ ତେଲେଙ୍ଗାନାରୁ ଜଣେ ରହିଛନ୍ତି। ଜିଲାରେ ମୋଟ ୧୩୭ ସଂକ୍ରମିତ ହୋଇଥିବା ବେଳେ ଏବେ ସୁଦ୍ଧା ୨୫ ସୁସ୍ଥ ହୋଇ ସାରିଛନ୍ତିି l ଏବେ ଆଉ ୧୧୨ ଚିକତ୍ସିତ ହେଉଛନ୍ତି l  କନ୍ଧମାଳ ଜିଲାବାସୀ କୌଣସି ଭୟଭୀତ ନ ହୋଇ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୁରତ୍ୱକୁ ମାନିବାକୁ ଜିଲାପାଳ ଡ.ବୃନ୍ଦା ଡି ଲୋକଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ