ଦିଗପହଣ୍ଡିରେ ବିଶ୍ବ ଦିବ୍ଯାଙ୍ଗ ଦିବସ ପାଳିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଚନ୍ଦ୍ରଚୁଡ଼ସାହି ସ୍ଥିତ ବେଲମା ସମାଜ କୋଠଘର ପରିସରରେ ମଙ୍ଗଳବାର ବିଶ୍ବ ଦିବ୍ଯାଙ୍ଗ ଦିବସ ପାଳିତ ହୋଇଯାଇଛି।ଓଡିଶା ଦିବ୍ଯାଙ୍ଗ ସେବାସଂଘ ସଭାପତି ଗୌରୀଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ  ପଣ୍ଡା ମୂଖ୍ଯଅତିଥି ଏବଂ ଉପାଧ୍ଯକ୍ଷା କେ. ପୂଜା, କାଉନସିଲର ଦୀପକ କୁମାର ମିଶ୍ର, ଖେମୁଣ୍ଡି ମହାବିଦ୍ଯାଳୟ ଅଧ୍ଯକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀ, କାନାରା ବ୍ଯାଙ୍କ ଶାଖା ପରିଚାଳକ  ଅନୀତା ତିଆଡି, ଏଚଡିଏଫସି ବ୍ଯାଙ୍କ ଶାଖା ପରିଚାଳକ ଶର୍ମିଷ୍ଠା କୁମାରୀ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଦିବ୍ଯାଙ୍ଗ ମାନଙ୍କ ସାମ୍ବିଧାନିକ ଅଧିକାର, ସରକାରୀ ଯୋଜନା ସମେତ ସେମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ ପୂର୍ବକ ସେମାନଙ୍କୁ ସମାଜର ମୂଖ୍ଯସ୍ରୋତରେ ସାମିଲ କରାଯିବା ସମ୍ପର୍କରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ।ପରେ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିଥିବା ଦିବ୍ଯାଙ୍ଗ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାମାଜିକ କର୍ମୀ କେ.କୁନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ସଂଘ ସମ୍ପାଦକ ଏସ. ତ୍ରିପତି ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ