ଦିଲ୍ଲୀରେ ନୃତ୍ୟାଞ୍ଜଳି ପକ୍ଷରୁ ଅଷ୍ଟମ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟ ଅନୁଷ୍ଠାନ ନୃତ୍ୟାଞ୍ଜଳୀ ତରଫରୁ ନୂଆଦିଲ୍ଲୀର ଲଜପତ ଭବନ ନୃତ୍ୟମଞ୍ଚରେ ଅଷ୍ଟମ ଆନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବିଭିନ୍ନ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରି ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶୀ, କଥକ, ଭରତନାଟ୍ୟମ ଓ କୁଚିପୁଡୀ ନୃତ୍ୟରେ ଝୁମି ଉଠିଥିଲା ଦିଲ୍ଲୀର ନୃତ୍ୟମଞ୍ଚ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ପଦ୍ମଶ୍ରୀ ଶ୍ରୀମତୀ ନଳିନୀ ଅସ୍ଥାନା ଓ ପଦ୍ମଶ୍ରୀ ଶ୍ରୀମତୀ କମଳିନୀ ଅସ୍ଥାନା । ମୁଖ୍ୟ ଅତିଥି ଦୁହେଁ ସମସ୍ତ ଦର୍ଶକମାନଙ୍କୁ ଓ ନୃତ୍ୟଶିଳ୍ପୀମାନଙ୍କୁ ନିଜ ଅଭିଭାଷଣରେ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ନୃତ୍ୟାଞ୍ଜଳୀର ‘ସ୍ମରଣିକା’ ଗୁରୁ ଶ୍ରୀ ସମାରୁ ମେହେର, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସମସ୍ତ ନୃତ୍ୟଶିଳ୍ପୀମାନଙ୍କୁ ମାନପତ୍ର, ଆୱାର୍ଡ଼ ଓ ମେଡ଼ାଲ ଦେଇ ସମ୍ମାନିତ କରାଯାଇଥିଲା । ନୃତ୍ୟାଞ୍ଜଳୀ ଅନୁଷ୍ଠାନର ସଦସ୍ୟବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ । ନୃତ୍ୟାଞ୍ଜଳୀ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଶ୍ରୀ ସମାରୁ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀମତୀ ବାରୁଣୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ