ଦିଲ୍ଲୀ ରାଜପଥରେ ଗଞ୍ଜାମ ବାଘର ଜଲୱା: ମିଳିଲା ଗ୍ରୀନିସ ବୁକରେ ସ୍ଥାନ

ଗଞ୍ଜାମ, (ବିନୋଦ ପଲାଇ):ଦିଲ୍ଲୀ କର୍ତ୍ତବ୍ୟ ପଥ ଇଣ୍ଡିଆ ଗେଟରେ ୭୬ତମ ସାଧାରଣତନ୍ତ୍ର ଦିବସରେ ଜଲୱା ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ବାଘ l ସେଥପାଇଁ ମିଳିଲା ଗ୍ରୀନଜ ବୁକରେ ସ୍ଥାନ lକେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟଙ୍କ ଆହ୍ୱାନକ୍ରମେ ଭାରତୀୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ‘ଜୟତି ଜୟତି ମମ ଭାରତ’ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୫୫୦୦ରୁ କଳାକାରଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ଶ୍ରୀ ଚୈତନ୍ୟ ଘଣ୍ଟ ମୃଦଙ୍ଗ ଲୋକକଳା ସଂସ୍କୃତିର ୪୦ ଜଣ ସଦସ୍ୟ ବାଘ ବେଶରେ ଅଂଶ ଗ୍ରହଣ କରି ମିନିଷ୍ଟ୍ରି ଅଫ କଲଚର ଓ ଭାରତୀୟ ସଂଗୀତ ନାଟକ ଏକାଡେମୀର ପ୍ରଶଂସା ପାତ୍ର ହେବା ସହ ଏକ ବଡ଼ ସଫଳତା ହାସଲ କରି ଗ୍ରୀନିସ ବୁକ ଅଫ ରେକର୍ଡ଼ରେ ସ୍ଥାନ ମିଳିଛି ।ଚୈତନ୍ୟ ଘଣ୍ଟ ମୃଦଙ୍ଗ ଲୋକନୃତ୍ୟର ବିଭିନ୍ନ ସଦସ୍ୟଙ୍କୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।ଚୈତନ୍ୟ ଗ୍ରୁପର ୪୦ ଜଣ ସଦସ୍ୟ ସେମାନଙ୍କର ସଫଳତାକୁ ନେଇ ନିଜ ଗ୍ରୁପ ଲିଡ଼ର ଗୁରୁ କୁମାର ପ୍ରହ୍ଲାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ବାଘ ନାଚ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ହୋଇଥାଏ ।ଆମର ଏହି ସଂସ୍କୃତି ଓ ପରମ୍ପରାକୁ ସାରା ଦେଶରେ ପରିଚିତ କରିବା ପାଇଁ ଆମର ଏକ ପ୍ରୟାସ ବୋଲି ଶ୍ରୀ ପ୍ରହ୍ଲାଦ କହିଛନ୍ତି ।ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆର.ବିଞ୍ଛଣାପଲ୍ଲୀ ଗ୍ରାମ ଶ୍ରୀ ଚୈତନ୍ୟ କଳାକାର ସଂଘର ଗୁରୁ କୁମାର ପ୍ରହ୍ଲାଦ,ସନ୍ତୋଷ ବେହେରା,ଅବିନାଶ ବେହେରା,ମଦନ ବେହେରା,ପ୍ରକାଶ ବେହେରା,ଶଙ୍କର ବେହେରା,ବିଶ୍ୱଜିତ ବେହେରା,ଆଲୋକ ବେହେରା,ଶିବୁ ବେହେରା ସମେତ ୩୫ରୁ ଉର୍ଦ୍ଧ୍ବ କଳାକାର ଏହି ବାଘ ନୃତ୍ୟରେ ସାମିଲ ହୋଇ ଉତ୍ତମ ପ୍ରଦର୍ଶନ କରି ବିଭିନ୍ନ ମହଲରୁ ପ୍ରସଂଶାର ପାତ୍ର ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ