ଦୁଇ ବର୍ଷ ପରେ ରବିବାର ଦିନ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ବୈଠକ ରବିବାର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠ ରେ କିଛି ହାତ ଗଣତି କର୍ମଚାରୀ ଙ୍କ ଗହଣ ରେ ସମାପ୍ତ ହୋଇଛି l ସ୍ୱାସ୍ଥ୍ୟ କେନ୍ଦ୍ର ର ଅବହେଳା ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ହୋଇଛି କିନ୍ତୁ ଏତେପରେ ମଧ୍ୟ ଚେତୁନି ମୋହନା ସ୍ୱାସ୍ଥ୍ୟ ବିଭାଗ l ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା ଙ୍କ ଛତ୍ର ଛାୟା ତଳେ ଚାଲୁଛି ଅନେକ ଦୁର୍ନୀତି କିନ୍ତୁ ଅଭିଯୋଗ ପରେ ମଧ୍ୟ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁକ, ବଧିର ପାଲଟି ଯାଇଛି l ଏହି କ୍ରମ ରେ ଦୁଇ ବର୍ଷ ପରେ ରବିବାର ଆୟୋଜିତ ହୋଇଛି ରୋଗୀ କଲ୍ୟାଣ ସମିତି ବୈଠକ l ବୈଠକ ରେ ବ୍ଲକ , ସମନ୍ୱିତ ଶିଶୁ ବିକାଶ ବିଭାଗ ଭଳି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ମଧ୍ୟ ଦେଖା ଯାଇନଥିଲା, କେବଳ ମୋହନା ବିଧାୟକ ଦାସରଥି ଗମାଙ୍ଗ ଙ୍କ ଉପସ୍ଥିତି ରେ ଏକ ରୁଦ୍ଧ ଦ୍ୱାର ରେ ହାତ ଗଣତି କିଛି କର୍ମଚାରୀ ଙ୍କ ଉପସ୍ଥିତ ରେ ସାରିଥିଲା ଆର୍. କେ. ଏସ୍ ବୈଠକ l ଏଭଳି କାର୍ଯ୍ୟ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ଦୁର୍ନୀତି ର ଅସଲ ମୁଖା କୁ ପଦାରେ ପକାଇଛି, କୋଠରୀ ବାହାରେ ଦୁଇ ଦୁଇ ଜଣ ସିକୁରିଟି ଗାର୍ଡ ଙ୍କୁ ଦ୍ୱାର ଜଗାଇ ବୈଠକ କରିଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଏଭଳି କି ବୈଠକ ରେ କେଉଁ ବିଷୟରେ ଆଲୋଚନା ହେଲା ତାହା ମଧ୍ୟ ଜଣାପଡିନଥିଲା l ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୁ ସଂକୀର୍ଣ୍ଣ ଭାବେ ପରିଚାଳନା କରିବାକୁ ନେଇ ବିଭିନ୍ନ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅତିଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ର ର ନବକଳେବର କରିବା ପାଇଁ ଦାବି କରିଛନ୍ତି ମୋହନା ଅଞ୍ଚଳବାସୀ l