ଦୁଇ ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ବିଧାୟକ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ରେ ଦୁଇ ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲଲେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ଶ୍ରୀ ସାମନ୍ତରା ପ୍ରଥମେ ବୁରାତାଲ ପଞ୍ଚାୟତ ର ଗୁଜୁଲିଙ୍ଗି ଠାରେ ପହଂଚିବା ପରେ ସ୍ଥାନୀୟ ଲୋକେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବା ବେଳେ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୬ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ପୂର୍ତ୍ତ ରାସ୍ତା ଠାରୁ ଗୁଜୁଲିଙ୍ଗି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଆନ୍ଧ୍ର ସୀମାନ୍ତ ଗୁଡ଼ିଖଳା ଠାରେ ପହଞ୍ଚି ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଗୁଡ଼ିଖଳା ଠାରୁ ବିଲୁଗାଁ ରାସ୍ତା ର ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପାତ୍ରପୁର ବ୍ଲକ ଅଧକ୍ଷା ୱାଇ ସଂଯୁକ୍ତା,ନାରୀନେତ୍ରୀ ମୀନା ଦ୍ୟାନ ସାମନ୍ତରା, ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ଜେନା,କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ସାମଲ, ସୁବ୍ରତ କୁମାର ପାତ୍ର, ପ୍ରସନ କବି ପ୍ରମୁଖ ଉପସ୍ଥିତ ରହିଥିଲେ।