ଦୃଷ୍ଟିବାଧିତ ଫୁଟବଲ୍ ଖେଳାଳିଙ୍କ ବିଶାଖାପାଟଣା ଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଠାରେ ନେତ୍ରା ବିଦ୍ୟାଳୟ ପକ୍ଷରୁ ଜାନୁୟାରୀ ୬ ତାରିଖରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦୃଷ୍ଟିବାଧିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ । ଓଡ଼ିଶାରୁ ଖେଳାଳି ଦେବଦତ୍ତ ବେହେରା, ଦୀପକ ସିଂ, ରଞ୍ଜନ ହାଂସଦା, ଭଡ଼ା ମୁର୍ମୁ, ପାହାଳ ମୁର୍ମୁ, କ୍ୟାପଟେନ୍ ଆଲୋକ କୁମାର ଦୀପ, ଗୋଲକିପର ଆକାଶ ପୋଡ଼ିଆମୀ, କୋଚ୍ ତ୍ରିଲୋଚନ ବେଉରା, ଗୋଲ ଗାଇଡ୍ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପ୍ରଶାନ୍ତି ଏକ୍ସପ୍ରେସ୍ ଯୋଗେ ରବିବାର ଦିନ ବିଶାଖାପାଟଣା ଯାତ୍ରା କରିଛନ୍ତି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସ୍ୱତନ୍ତ୍ର ସଚିବ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ଅଡ଼ିଟ୍ ଅଫିସର ସୁବ୍ରତ ମହାନ୍ତି, ସାମାଜିକ କର୍ମୀ ସୁଶାନ୍ତ ସାହୁ, ସନ୍ତୋଷୀ ଜୈନ, ଡ. ରଶ୍ମୀ ରଞ୍ଚନ ସାହୁ, ଶ୍ରୀପତି ଆଚାର୍ଯ୍ୟ ପ୍ରମୁଖ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ôଚ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭକାମନା ଜଣାଇଥିଲେ ।