ଦେଶର ଶ୍ରେଷ୍ଠ ଦ୍ଵିତୀୟ ଥାନା ଭାବେ ପାଟପୁର ଥାନା ପୁରସ୍କୃତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ଗୌରବ ପାଲଟିଥିବା ଗଞ୍ଜାମ ପୁଲିସ ଜିଲ୍ଲାର ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା ମଧ୍ୟରେ ଦ୍ବିତୀୟ ଥାନା ଭାବେ ପୁରସ୍କୃତ ହୋଇଛି। ଶୁକ୍ରବାର ଦିନ ଭୁବନେଶ୍ବରର ଲୋକସେବା ଭବନରେ ଆୟୋଜିତ ସର୍ବ ଭାରତୀୟ ଡିଜିପି ସମ୍ମୀଳନୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ପୁରସ୍କାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରଫି ପ୍ରଦାନ କରିଛନ୍ତି। ପାଟପୁର ଥାନାରେ ଥାନା ଅଧିକାରୀ ଭାବେ ସବ୍ୟସାଚୀ ମଲ୍ଲ ଯୋଗ ଦେବାପରେ ପାଟପୁର ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳାରେ ସୁଧାର ଆଣିବା ସହ ବେଆଇନ ମଦ ଓ ଗଞ୍ଜେଇ ବେପାରୀଙ୍କୁ ଧର ପଗଡ କରି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଚୋରି, ଡକାୟତି ଓ ଅସାମାଜିଙ୍କୁ ସାବାଡ କରିବା ଅପରାଧୀଙ୍କୁ ଧରିବା, ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଏବଂ ଉଚିତ ନ୍ୟାୟ ପ୍ରଦାନ କରିବା, ଉତ୍ତମ ପୋଲିସ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ଏଭଳି ପୁରସ୍କୃତ ହୋଇଛନ୍ତି। ଏହି ସଫଳତା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ପାଟପୁର ଥାନା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ରାଜ୍ୟ ପୋଲିସ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର ମୁହୂର୍ତ୍ତ ବୋଲି କହିଛନ୍ତି । ଏଥିସହ ଏଭଳି ସଫଳତା ପରେ ପାଟପୁର ଥାନା ଅଧିକାରୀ ଶ୍ରୀ ମଲ୍ଲ ଏବଂ କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ