ଦ୍ୱାଦଶାହରେ ଆସିକାର ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ ମହେନ୍ଦ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ମହେନ୍ଦ୍ର ସାବତଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଗତ ୧ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ । ଆସିକା ଅଞ୍ଚଳର ପରୋପକାରୀ, ମିଷ୍ଟଭାଷୀ, ଅଧ୍ୟାତ୍ମିକପ୍ରେମୀ ମହେନ୍ଦ୍ର ସାବତଙ୍କ ଦ୍ୱାଦଶାହ ତିଥି ମଙ୍ଗଳବାର ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ସାବତଙ୍କ ଏକମାତ୍ର ପୁତ୍ର ତଥା ବିନାୟକ ବଜାର ବ୍ୟବସାୟୀ ସଂଘର ସଭାପତି ସାଗର ସାବତ, ପୁତ୍ରବଧୂ ବନ୍ଦନା କୁମାରୀ ପାତ୍ର, କନ୍ୟା ଇନ୍ଦିରା ସାବତ, ଜୋଇଁ ସନ୍ତୋଷ କୁମାର ସାବତଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଆସିକା ଏନ୍ଏସି ଅଂଚଳର ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ସାବତଙ୍କ ଦ୍ୱାଦଶାହ ତିଥିରେ ପୂର୍ବତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ଜଗନ୍ନାଥ ସଂସ୍କୃତିପ୍ରେମୀ ବଂଶୀଧର ନାହାକ, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଜୋନ୍-୩ର ସଂପାଦକ ସନ୍ତୋଷ କୁମାର ପୋଲାଇ, ନଳବଣ୍ଟା ସେବା ସମବାୟ ସମିତିର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀ, ସମାଜସେବୀ ସୁବାସ ଚନ୍ଦ୍ର ମହାନ୍ତି, ଅଭିମନ୍ୟୁ ନାହାକ, ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା, ପ୍ରିୟାଂଶୁ ଶେଖର ପରିଡା, ବବୁଲୁୁ ସାହୁ, ଜୟସେନ ସ୍ୱାଇଁ, ଆକାଶ ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ଗୌଡ, ବିଦେଶୀ ନାହାକ, ଇ.ଅରୁଣ କୁମାର ପାତ୍ର, କେ.ଗୋପାଳକୃଷ୍ଣ ସେନାପତି, ଦୁର୍ଗାପ୍ରସାଦ ପଣ୍ଡା, ନାରାୟଣ ବେହେରା, ସତ୍ୟନାରାୟଣ ସ୍ୱାଇଁ, ଏମ୍.ତାରିଣୀ ସେନାପତି, ଏମ୍.ବାଳକୃଷ୍ଣ ରେଡିଙ୍କ ସମେତ ଦଳମତ ନିର୍ବିଶେଷରେ ଶହ ଶହ ଶୁଭେଚ୍ଛୁ, ସମର୍ଥକ, ରାଜନେତା, ଶିକ୍ଷାବିତ୍ ଯୋଗଦେଇ ସ୍ୱର୍ଗତ ସାବତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା ।