ଧନତେରାସ୍ରେ ଆସିକାରେ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ବୃଦ୍ଧି
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଧନତେରାସ୍ ଅବସରରେ ମଙ୍ଗଳବାର ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ମଙ୍ଗଳବାର ଦିନ ତମାମ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଜୁଏଲାରୀ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଲାଗି ରହିଥିଲା । ଧନତେରାସ୍ ତିଥିରେ ବଜାରରୁ ସୁନା କିଣିଲେ ବର୍ଷସାରା ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ଜୁଏଲାରୀ ଦୋକାନର ମାଲିକ ବିଭିନ୍ନ ଭେରାଇଟିର ସ୍ୱର୍ଣ୍ଣ ଅଳଙ୍କାର ଆଣିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳରେ ୭୫୦ କେଡିଏମ୍ ସୁନାର ୧୦ ଗ୍ରାମ୍ ଦର ୬୧ହଜାର ଟଙ୍କା ଓ ୯୧୬ କେଡିଏମ୍ ସୁନାର ୧୦ଗ୍ରାମ୍ ଦର ୭୪ ହଜାର ୫ଶହ ଟଙ୍କା ରହିଥିଲା । ସୁଖ ଓ ସମୃଦ୍ଧିର ପର୍ବ ଧନତେରାସ୍ ଅବସରରେ ଗ୍ରାହକଙ୍କୁ ଆକୃଷ୍ଠ କରିବା ଲାଗି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ବେଳେ ଗହଣା ଦୋକାନ ଗୁଡିକରେ ଅନ୍ୟଦିନ ଅପେକ୍ଷା ମଙ୍ଗଳବାର ଗ୍ରାହକଙ୍କ ଭିଡ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଧନତେରାସ୍ରେ ସୁନା କିମ୍ବା ମୁଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ଓ ସୁଖ ଏବଂ ସମୃଦ୍ଧି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଲୋକଙ୍କ ମନରେ ବସା ବାନ୍ଧିଥିବା ଏହି ବିଶ୍ୱାସ ଆଜି ଗହଣା ଦୋକାନୀଙ୍କ ବ୍ୟବସାୟକୁ ବଢାଇ ଦେଇଥିବା ଲକ୍ଷ୍ୟ କରାଯାଇଛି । ଧନତେରାସ୍ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗହଣା ଦୋକାନ ଗୁଡିକରେ ସକାଳୁ ସକାଳୁ ଗ୍ରାହକଙ୍କ ଭିଡ ଆରମ୍ଭ ହୋଇଯାଇଥିଲା । ଆସନ୍ତାକାଲି ମଧ୍ୟ ଧନ୍ତେରାସ୍ ପାଳନ ହେବ ବୋଲି ଜଣାପଡିଛି । ମଙ୍ଗଳବାର ଦିନ ତମାମ୍ ଗହଣା ଦୋକାନ ଗୁଡିକରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥିଲା ବେଳେ ଅପରାହ୍ନରେ ଗହଳି ବଢିବା ସହ ସନ୍ଧ୍ୟାରେ ଏହା ଶୀର୍ଷରେ ପହଞ୍ଚିଥିଲା । ରାତ୍ର ପର୍ଯ୍ୟନ୍ତ କେତେକ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ ଲାଗି ରହିଥିଲା । ଧନତେରାସ୍ ଅବସରରେ କେତେକ ଜୁଏଲରୀ ଦୋକାନ ଗୁଡିକରେ ନୂଆ ନୂଆ ଡିଜାଇନ୍ର ଗହଣା ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଗ୍ରାହକ ମାନେ ନିଜନିଜ ପସନ୍ଦର ଅଳଙ୍କାର କ୍ରୟ କରିଥିବା ଲକ୍ଷ୍ୟ କରାଯାଇଥିଲା । ଧନତେରାସ୍ରେ କିଏ ପରମ୍ପରାକୁ ମାନି କମ୍ ମୁଲ୍ୟର ଅଳଙ୍କାର କିଣିଛି ତ ଅନ୍ୟ କିଏ ପୂର୍ବ ଯୋଜନା ମୁତାବକ ବ୍ୟୟବହୁଳ ଅଳଙ୍କାର କିଣି ନିଜକୁ ସଜାଇ ହୋଇଛି । ବିଶେଷ କରି ମହିଳା ମାନେ ବିଭିନ୍ନ ଅଳଙ୍କାର ଦୋକାନ ବୁଲି ଦର ଓ ଭେରାଇଟି ଦେଖି ଅଳଙ୍କାର କିଣୁଥିବା ପରିଲକ୍ଷିତ ହୋଇଥିଲା । ଆଲୋକର ପର୍ବ ଦୀପାବଳୀ ଆସନ୍ତା ଗୁରବାର ପାଳିତ ହେବାକୁ ଥିବା ବେଳେ ଆଜି ପାଳିତ ହୋଇଛି ଧନତେରାସ୍ ଓ ଆସନ୍ତାକାଲି ମଧ୍ୟ ପାଳନ ହେବ ବୋଲି ଜଣାପଡିଛି । ଧନତେରାସ୍ରେ ଗ୍ରାହକଙ୍କୁ ଗହଣା ଦେଖାଇବା ପାଇଁ କେତେକ ବ୍ୟବସାୟୀଙ୍କ ପାଖରେ ଫୁରସତ୍ ନଥିବା ପରିଲକ୍ଷିତ ହୋଇଥିଲା । ଆଜି ଗୋଟିଏ ଦିନରେ ଆସିକା ଅଞ୍ଚଳର ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଟାନରେ ଧନତେରାସ୍ ଅବସରରେ ପ୍ରାୟ ୧କୋଟି ଟଙ୍କାର କାରବାର ହୋଇଥିବା ଅନୁମାନ କରାଯାଉଛି । ପରମ୍ପରା ଓ ବିଶ୍ୱାସକୁ ରଖି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ସ୍ୱର୍ଣ୍ଣ ଅଳଙ୍କାର ଦୋକାନ ଗୁଡିକରେ ଧନତେରାସ୍ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ନିଜର ସକ୍ଷମ ମୁତାବକ ବିଶ୍ୱାସ ଓ ପରମ୍ପରାକୁ ରକ୍ଷାକରି ଧନତେରାସ୍ରେ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିଥିବା ଦେଖିବାକୁ ମିଳିଥିଲା । ଧନତେରାସ୍ ଅବସରରେ ସ୍ୱର୍ଣ୍ଣ ଅଳଙ୍କାର କିଣିବା ଲାଗି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟର କେନ୍ଦ୍ରସ୍ଥଳ ଆସିକାରେ ଧନ୍ତେରାସ୍ ଅବସରରେ ସୁନାଦୋକାନ ଗୁଡିକ ଚଳଚଞ୍ଚଳ ହୋଇଉଠିଥିଲା ବେଳେ ସୁନାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସ୍ୱର୍ଣ୍ଣ ଅଳଙ୍କାର କିଣିବା ଲାଗି ବହୁ ଗ୍ରାହକଙ୍କ ମଧ୍ୟରେ ଉତ୍ସହ ଦେଖାଦେଇଥିଲା । ଧନ୍ତେରାସ୍ ଅବସରରେ ଗହଣା ବଜାରରେ ସୁନା ଓ ରୂପା ଦର ବଢିଥିଲେ ବି ବହୁ ବ୍ୟକ୍ତି ଏହାକୁ ଖାତିର୍ ନକରି ନିଜ ସମ୍ବଳ ଅନୁଯାୟୀ ଗହଣା କ୍ରୟ କରିଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ନିଜ ପୁରଣା ଅଳଙ୍କାରକୁ ବଦଳାଇ ନୂଆଁ ଅଳଙ୍କାର କ୍ରୟ କରିବା ପାଇଁ ଜୁଏଲାରୀ ଦୋକାନ ଗୁଡିକରେ ଭିଡ ଜମାଇଥିଲେ । ଗ୍ରାହକଙ୍କ ଚାହିଦା ଓ ପସନ୍ଦକୁ ଦୃଷ୍ଟିରେ ରଖି ଅଧିକାଂଶ ସୁନାଅଳଙ୍କାର ବ୍ୟବସାୟୀ ଭଳିକି ଭଳି ଡିଜାଇନ୍ର ସୁନାଗହଣା ନିଜ ନିଜ ଦୋକାନରେ ଡିସପ୍ଳେ କରିଥିଲେ । ସୁନାର ଚାହିଦା ରହିବା ସହ ଦର ବଢିବା ସତ୍ତ୍ୱେ ଏଥିରେ ପୁଂଜିନିବେଶ କଲେ ଭଲ ଫେରସ୍ତ ହେଉଥିବାରୁ ଏହାକୁ ସର୍ବାଧିକ ବ୍ୟକ୍ତି ପ୍ରାଥମିକତା ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରତିବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସୁନାର ଚଢାଦର ଗ୍ରାହକଙ୍କୁ ପ୍ରଭାବିତ କରିପାରିନଥିବା ବେଳେ ଧନ୍ତେରାସ୍ ଅବସରରେ ମଙ୍ଗଳବାର ଆସିକାର ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ କେନ୍ଦ୍ର ଗୁଡିକରେ ଭଲ ବେପାର ହୋଇଥିବା ଜଣାପଡିଛି ।