ଧାନମଣ୍ଡି ଖୋଲିବାରୁ ଚାଷୀ ଉତ୍ସାହିତ
ଆରଡ, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧୀନସ୍ଥ ସୁନ୍ଦରପୁର ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ରବିବାର ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି । ଧାନମଣ୍ଡି ଖୋଲିବାରୁ ସମିତି ଅଧୀନରେ ଥିବା ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ଚାଷୀମାନେ ଉତ୍ସାହିତ ହେବା ସହ ଖୁସୀ ସମସ୍ତ ଚାଷୀ ଖୁସିବ୍ୟକ୍ତ କରିଛନ୍ତି । ପରମ୍ପରା ଅନୁସାରେ ପ୍ରଥମେ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଆସନ୍ତାକାଲି ଠାରୁ ଧାନ କ୍ରୟ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଧାନମଣ୍ଡି ଖୋଲିଲା ବେଳେ ସମିତି ସମ୍ପାଦକ ଦେବବ୍ରତ ରାୟ, ସଭାପତି ନରେଶ କୁମାର ସେଠୀ, ଉପ ସଭାପତି ଜ୍ୟୋତିର୍ମୟୀ ସାହୁ, ଗ୍ରାମ କୃଷି କର୍ମୀ ନିହାର ରଞ୍ଜନ ସାହୁ, ସଭ୍ୟ କହ୍ନେଇ ଚରଣ ବିଳାସ, ରମାକାନ୍ତ ନାୟକ, ଚନ୍ଦ୍ରକାନ୍ତ ନାୟକ,ବ୍ରଜ ସୁନ୍ଦର ବେହୁରିଆ, ସରୋଜ ବିଶ୍ବାଳ, ସଭ୍ୟା ସବିତା ଖଟୁଆ, ରଙ୍ଗଲତା ମହାଳିକ,ପ୍ରଶାନ୍ତ ପଣ୍ଡା, ସେବା ସମବାୟ ସମିତିର ପୂର୍ବତନ ସଭାପତି ଶରତ ଚନ୍ଦ୍ର ବେହୁରିଆ, ସଦାନନ୍ଦ ମଲିକ, ସାମାଜିକ କର୍ମୀ ଦୀପକ ରଞ୍ଜନ ବିଶ୍ବାଳ, ସନ୍ଦିପ କୁମାର ନାୟକ, ସୁବ୍ରତ ବିଳାସ, ରାଜ କିଶୋର ବାରିକ, ଗଣେଷ ପରିଡା, ଦୁଷ୍ମନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।