ଧାନ ମଣ୍ଡିକୁ ନେଇ ବିବାଦ ଧାରଣାରେ ଖେଳାଳି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗାଁ ରେ ଆରଏମସି ମାକେର୍ଟ ୟାର୍ଡରେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ସେଠାରେ ଭଳିବଲ ଖେଳୁଥିବା ଖେଳାଳୀ ମାନେ ଉକ୍ତ ସ୍ଥାନରେ ମଣ୍ଡି ଖୋଲିବାକୁ ବିରୋଧ କରି ସୋମବାର ସଂଧ୍ୟାରେ ହିଞ୍ଜିଳିକାଟୁ ଆରଏମସି ଅଫିସ ସାମନାରେ ଧାରଣାରେ ବସିଛନ୍ତି। ଖେଳାଳିଙ୍କ ଯୁକ୍ତି ହେଲା ସେମାନେ ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନରେ ଖେଳୁଛନ୍ତି। ପଡିଆ ସମତୁଲ ଇତ୍ୟାଦି ଖର୍ଚ୍ଚ କରିଛନ୍ତି। ସେମାନଙ୍କୁ ନ ଜଣାଇ ଆର୍.ଏମ୍. ସି କର୍ତ୍ତୃପକ୍ଷ ସେଠାରେ ଧାନ ମଣ୍ଡି ଖୋଲିବାକୁ ବାଉଁଶ ଟେଣ୍ଟ ଭିଡୁଛନ୍ତି। ଅନ୍ୟତ୍ର ଏହାକୁ ନ ଘୁଞ୍ଚାଇଲା ପର୍ଯ୍ୟନ୍ତ ସେମାନେ ଧାରଣା ଦେବେ। ମାର୍କଣ୍ଡ ପାଣିଗ୍ରାହୀଙ୍କ ସମେତ ରାଳବ ଗାଁର ୧୧ଜଣ ଯୁବକ ଧାରଣାରେ ବସିଛନ୍ତି।ଅନ୍ୟ ପକ୍ଷରେ ଚଳିତ ବର୍ଷ ରାଜ୍ୟ ସରକାର ଧାନ ମଣ୍ଡି ଜରିଆରେ ମିଲର ଧାନ ସଂଗ୍ରହ ପାଇଁ କଡ଼ା ନିର୍ଦ୍ଦେଶ କରିଛନ୍ତି। ରାଳବ ଓ ନନ୍ଦିକ ପଞ୍ଚାୟତ ନିମନ୍ତେ ନନ୍ଦିକ ପ୍ରାଥମିକ ସେବା ସମିତି ଜରିଆରେ ଏକ ଧାନ ମଣ୍ଡି ଖୋଲିବାକୁ ଆର୍ ଏମ୍ ସି ହିଞ୍ଜିଳିକାଟୁ ପକ୍ଷରୁ ପ୍ରୟାସ କରାଯାଇଛି। ରାଳବ ଠାରେ ଆରଏମସି ହିଞ୍ଜିଳିକାଟୁ ର ଏକ ମାକେର୍ଟ ୟାର୍ଡ ରହିଛି। ସେଠାରେ ଉତ୍ତମ ମାର୍କେଟ କୋଠା ରହିଛି।ତେଣୁ ଚାଷୀ ଙ୍କ ସୁବିଧା ଓ ଧାନ ମଣ୍ଡି ସମୟରେ ଧାନର ସୁରକ୍ଷା ପାଇଁ ଉକ୍ତ ସ୍ଥାନଟି ଉପଯୁକ୍ତ ହେବ। ସେଥିପାଇଁ ଧାନ ମଣ୍ଡି ଖୋଲିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ଆରଏମସି କର୍ମଚାରୀ ସଞ୍ଜୟ ପଣ୍ଡା କହିଛନ୍ତି। କିନ୍ତୁ ଆର୍ ଏମ୍ ସି ସେକ୍ରେଟାରୀ ଅନୁପସ୍ଥିତ ଅଛନ୍ତି । ଧାରଣାରେ ବସିଥିବା ଯୁବକ ମାନଙ୍କ ସହ ଆର୍ ଏମ୍ ସି କର୍ମଚାରୀ ଆଲୋଚନା କରିଛନ୍ତି। ଅନ୍ୟ ପକ୍ଷରେ ଜଣେ ବରିଷ୍ଠ ଭାଜପା ନେତା ଙ୍କ ବୁଝାସୁଝା ଓ ହସ୍ତକ୍ଷେପ ପରେ ଯୁବକ ମାନେ ଧାରଣାରୁ ଉଠିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ