ଧୁମ ଧଡକ
ବାହାଘର, ବ୍ରତଘର, କାନଫୋଡା ଇତ୍ୟାଦି ଧୁମ ଧଡ଼କରେ ପାଳିତ ହେଉଥିଲା ବେଳେ ଆଜିକାଲି ବିବାହ ବାର୍ଷିକୀ, ରିଙ୍ଗ ସେରିମନି ସାଙ୍ଗକୁ ଅବସରକାଳୀନ ବିଦାୟୀ ଉତ୍ସବ ସବୁ ଧୁମ ଧଡ଼କରେ ପାଳନ ହୋଇ ଦେହସୁହା ହୋଇଗଲାଣି. କିନ୍ତୁ ଶୁଦ୍ଧିଘର ଧୁମ ଧଡ଼କରେ ପାଳିତ ହେବା ସହଜରେ ମନ ହୃଦୟ ମାନିନେଇପାରୁନଥିବା ବେଳେ ଝିଅ ଅସ୍ମିତାର ବାପାଙ୍କ ମୃତ୍ୟୁ ଥିଲା ସ୍ୱତନ୍ତ୍ର. ମାଆଙ୍କୁ ହରାଇ ବାପାଙ୍କ ଦ୍ୱାରା ପାଳିତ ଅସ୍ମିତା ପାଇଁ ବାପା ଥିଲେ ଉଭୟ ବାପା ଓ ମାଆ. ଶିକ୍ଷା ଦୀକ୍ଷା ସମାପ୍ତ କରିବା ପରେ ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ହେବା ପରେ ବାପା ଅବସର ନେଲେ. ଅବସର ପରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଭାବି ଖୁସିରେ ବିଭୋର ହେଉଥିବା ଆଦିକନ୍ଦ ବାବୁଙ୍କ ଭିତରେ ଏକ ବିରାଟ ପରିବର୍ତ୍ତନ ଲକ୍ଷ କରିଥିଲା ଅସ୍ମିତା. ନିଜକୁ କେତେକଣ ଭିତରେ ବୁଡ଼ାଇ ରଖିବାକୁ ଚାଁହୁଥିବା ବାପା ନା ସାହିତ୍ୟ ନା ରାଜନୀତି ନା ଅନ୍ୟକିଛି ଭିତରେ ବୁଡି ରହିଲେ ବରଂ ଶଯ୍ୟାଶାୟୀ ରହିଲେ. ସେମିତି କିଛି ବଡ଼ ରୋଗ ନଥିଲା ବୋଲି ଡାକ୍ତର କହିଲେ କିନ୍ତୁ ବାପାଙ୍କ ଆଚରଣ ଉଚ୍ଚାରଣରେ ଭିର୍ନ୍ନତା ପ୍ରକାଶ ପାଇବାର କାରଣ କାହାକୁ ଜଣାନଥିଲା.ଡାକ୍ତର,ବୈଦ୍ୟ, ଜୋତିଷ, ବାସ୍ତୁଶାସ୍ତ୍ରଜ୍ଞଙ୍କ ଉପରେ ନିର୍ଭର କରୁ କରୁ ଅସ୍ମିତା ନିଜ ଭବିଷ୍ୟତ ଭୁଲି ଯାଇଥିଲା. ଦିନେ ମାଆ ସାଜିଥିବା ବାପାଙ୍କ ପାଇଁ ଝିଅ ଅସ୍ମିତା ନିଜେ ମାଆ ବନିଗଲା. କିନ୍ତୁ ବାପାଙ୍କର ନିଷ୍କ୍ରିୟତା ବିଷୟରେ ଅନୁସନ୍ଧାନର ଫଳ ଶୂନ ହିଁ ଥିଲା.ଦିନକୁ ଦିନ ଶରୀରର ସୌମ୍ୟତା ରୁଗ୍ଣ ହୋଇପଡୁଥିଲା ବାପାଙ୍କର ତ ଏଣିକି ସାଧୁ ସନ୍ଥଙ୍କ ସାହାଯ୍ୟ ନେବାକୁ ଉଚିତ ମଣିଥିଲେ ଅସ୍ମିତା. ସାଧୁ ସନ୍ଥମାନେ ଆସିଲେ. ବାପାଙ୍କ ସହ ବସି ଆଲୋଚନା କଲେ. କିନ୍ତୁ ଆଲୋଚନା ଫଳପ୍ରସୂ ହେଲାନାହିଁ କାରଣ ଆଦିକନ୍ଦବାବୁ କେବଳ ଏକମାତ୍ର ଶବ୍ଦ ଉଚ୍ଚାରଣ କରୁଥିଲେ ତାହା ଥିଲା ଓଁ.
ଏଣିକି ନିତ୍ୟ ବ୍ୟବହାରିକ ଜିନିଷ ପତ୍ର ବା ଖାଦ୍ୟ ପାନୀୟ ଦରକାର ନଥିଲା ଆଦିକନ୍ଦବାବୁଙ୍କର. ଏମିତିକି ଶାରୀରିକ ବାହ୍ୟ କର୍ମ ମଧ୍ୟ କରିବାକୁ ବା କରେଇବାର ଆବଶ୍ୟକତା ପଡୁନଥିଲା. କେବଳ ମୁଦ୍ରା ବଦଳୁଥିଲା ବାପାଙ୍କର ଆଉ ଶୁଭୁଥିଲା ସେଇ ଗୋଟିଏ ଶବ୍ଦ ଓଁ.ଡାକ୍ତର ମାନେ କିଛି କହିପାରୁନଥିଲେ. ସାଧୁ ସନ୍ଥ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ. ଜୋତିଷ ବାସ୍ତୁ ମଧ୍ୟ ହାର ମାନିଥିଲା ବେଳେ ଅସ୍ମିତା ମନେପକାଉଥିଲେ ବାପା ଅବସର ପରେ ଯାଉଥିଲେ ବିଭିର୍ନ୍ନ ଧର୍ମପୀଠ. ତା ଭିତରୁ ଉତ୍ତର ଭାରତର ହୃଷିକେଶ, ବାରଣାସୀ, ଗଙ୍ଗା ସରସ୍ବତୀ ଓ ଯମୁନାର ମିଳନ ସ୍ଥଳୀ ଇତ୍ୟାଦି ଅନେକ ଧାର୍ମିକ ପୀଠ ଭିତରେ ଅସ୍ମିତା ସାଙ୍ଗରେ ଯାଇନଥିବା କେତେକ ଧାମ ମଧ୍ୟ ଥିଲା ତା ଭିତରୁ ଭାରତରେ ଥିବା ଅନେକ ରହସ୍ୟମୟ ମନ୍ଦିର ଯାହାର ରହସ୍ୟ ବୈଜ୍ଞାନିକ ମାନେ ମଧ୍ୟ ଉନ୍ମୋଚନ କରି ପାରନ୍ତି ନାହିଁ. ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଛି ଏହି ମନ୍ଦିରର ନାମ ବଂଶୀ ନାରାୟଣ ମନ୍ଦିର.ଏହି ମନ୍ଦିର ବର୍ଷର ତିନିଶହ ଚଉଷଠି ଦିନ ବନ୍ଦ ରହୁଥିବା ବେଳେ କେବଳ ରାକ୍ଷୀ ପୂର୍ଣ୍ଣିମାରେ ଖୋଲାଯାଏ.ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଏ ଓ ସୂର୍ଯ୍ୟାସ୍ତ ପରେ ମନ୍ଦିରକୁ ପୁନଃ ବନ୍ଦ କରିଦିଆଯାଏ.ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିର ପାଣ୍ଡବ ମାନଙ୍କ ଦ୍ବାରା ସ୍ଥାପନା କରାଯାଇଥିଲା. ଦେଵର୍ଷି ନାରଦ ତିନିଶହ ଚଉଷଠି ଦିନ ଏଠାରେ ବଂଶୀ ନାରାୟଣଙ୍କ ପୂଜା କରନ୍ତି ବୋଲି ବିଶ୍ବାସ ରହିଛି. ଏହି ମନ୍ଦିରରେ କେବଳ ଗୋଟିଏ ଦିନ ଭକ୍ତମାନଙ୍କୁ ଭଗବାନ ବଂଶୀ ନାରାୟଣଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଇଥାଏ.ଦଶ ଫୁଟ ଉଚ୍ଚ ଏହି ମନ୍ଦିରର ଗର୍ଭଗୃହ ବର୍ଗାକାର ଅଟେ. ଏଠାରେ ଭଗବାନ ବିଷ୍ଣୁ ଚତୁର୍ଭୁଜ ସ୍ବରୂପ ବିଦ୍ଯମାନ. ମନ୍ଦିରରେ ଥିବା ପ୍ରତିମାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ଏକାଠି ଦର୍ଶନ କରିହୁଏ. ଶ୍ରଦ୍ଧାଳୁ ଗୋଟିଏ ଦିନ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି.କିମ୍ବଦନ୍ତୀ ଅନୁଯାୟୀ ଥରେ ରାଜା ବଳି ଭଗବାନ ବିଷ୍ଣୁଙ୍କୁ ତାଙ୍କ ଦ୍ବାରପାଳ ହେବାକୁ ଅନୁରୋଧ କଲେ. ଭଗବାନ ବିଷ୍ଣୁ ରାଜା ବଳିଙ୍କ ଏହି ଅନୁରୋଧ ରକ୍ଷା କରି ପାତାଳ ଲୋକକୁ ଚାଲିଗଲେ. ଭଗବାନ ବିଷ୍ଣୁଙ୍କର ଦର୍ଶନ ନ ପାଇ ମାତା ଲକ୍ଷ୍ମୀ ବିଚଳିତ ହୋଇଗଲେ. ସେ ନାରଦ ମୁନିଙ୍କ ପାଖକୁ ଗଲେ ଏବଂ ନାରଦଙ୍କୁ ପ୍ରଶ୍ନ କଲେ ଭଗବାନ ବିଷ୍ଣୁ କେଉଁଠାରେ ଅଛନ୍ତି?ନାରଦ କହିଲେ ଭଗବାନ ବିଷ୍ଣୁ ପାତାଳ ଲୋକରେ ଅଛନ୍ତି, ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ସେଠାକୁ ଯାଇ ରାଜା ଵଳିଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭଗବାନ ବିଷ୍ଣୁଙ୍କୁ ଫେରାଇ ଆଣନ୍ତୁ.ଏହି କଥାରେ ମାତା ଲକ୍ଷ୍ମୀ ନାରଦଙ୍କୁ କୁହନ୍ତି, ମୋତେ ପାତାଳଲୋକକୁ ମାର୍ଗ ଜଣାନାହିଁ.ମାତା ଲକ୍ଷ୍ମୀଙ୍କ ସହ ନାରଦ ପାତାଳଲୋକକୁ ଆସିଥିଲେ.ସେହିଦିନଠାରୁ କଳଗୋଠ ଗ୍ରାମରେ ବଂଶୀ ନାରାୟଣ ପୂଜା ଚାଲି ଆସୁଛି ଵୋଲି ସ୍ଥାନୀୟ ଲୋକେ କୁହନ୍ତି. ରାକ୍ଷୀ ପୂର୍ଣ୍ଣିମା ଦିନ ନାରାୟଣଙ୍କ ପୂଜା ପାଇଁ କଳଗୋଠ ଗାଁର ପ୍ରତ୍ୟେକ ଘରୁ ଲହୁଣି ଆସିଥାଏ.ଏହି ଲହୁଣିରେ ପ୍ରସାଦ ପ୍ରସ୍ତୁତି ହୋଇଥାଏ.ଏହି ଦିନ ଭଗବାନ ବଂଶୀ ନାରାୟଣଙ୍କ ଶୃଙ୍ଗାର ମଧ୍ୟ କରାଯାଏ.ଏହାପରେ ଗାଁର ଲୋକମାନେ ଭଗବାନଙ୍କୁ ରକ୍ଷାସୂତ୍ର ବାନ୍ଧିଥାନ୍ତି.ସେହିପବିତ୍ର ଧାମରେ ରାକ୍ଷୀ ବାନ୍ଧି ଆସିବା ପରେ ବାପାଙ୍କ ଠାରେ ଆସ୍ତେ ଆସ୍ତେ ପରିବର୍ତ୍ତନ ଆସିଥିଲା. ପ୍ରଥମେ ପ୍ରଥମେ ମଣିଷ ଅହଂକାର ଶୁନ୍ୟ ହୋଇ ଚାଲିବା ଉଚିତ ବୋଲି କହିବାକୁ ପ୍ରାଧାନ୍ୟ ଦେଉଥିଲେ ବାପା ଆଦିକନ୍ଦବାବୁ.ତା ପରେ ପରେ ମାୟା,ମୋହ, ରାଗ, ହିଂସା ଉର୍ଦ୍ଧରେ ବାପା କହିଚାଲିଲେ ଜୀବନ ଏକ କ୍ଷଣସ୍ଥାୟୀ ଗୋଲାପ ଫୁଲ. କିଏ କଣ୍ଟାର ଆଘାତ ସହି ସହି ଜୀବନକୁ ଦୁର୍ବିସହ ଭାବୁଥିବା ବେଳେ କିଏ ଜୀବନ ଜିଏଁ ଗୋଲାପ ଫୁଲ ପରି କିନ୍ତୁ ପ୍ରକୃତ ସତ୍ୟ ସେହି ବଂଶୀବାଦକ.
ତା ପରେ ବାପାଙ୍କୁ ଦେଖିବାକୁ ମିଳିଲା ଭିର୍ନ୍ନ ଭିର୍ନ୍ନ ମୁଦ୍ରାରେ. ଏମିତିକି ଶୋଇବା ଘରେ ଖାଲି ଚେୟାର ପଡିଲା ଭଗବାନଙ୍କ ଆସନ ହୋଇ. ଭଗବାନ ନିତ୍ୟ ତାଙ୍କ ପାଖକୁ ଆସନ୍ତି କହନ୍ତି ବାପା. କେହି ଗୁରୁତ୍ୱ ଦିଅନ୍ତି ନାହିଁ. ବୟସର ଦୋଷ କୁହନ୍ତି କିନ୍ତୁ ଚଉକି ଉପରେ ପଡୁଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମ, ବଂଶୀ, ଦୀପ ଚିହ୍ନ ନିଜ ଆଖିରେ ଦେଖିଥିବା ଅସ୍ମିତା ଆଜି ସେକଥା ଖୋଲିଛନ୍ତି ସାଧୁ ସନ୍ଥ ଓ ସନ୍ୟାସୀମାନଙ୍କ ନିକଟରେ. ସେମାନେ ସମସ୍ତେ ମିଳିତ ଭାବରେ ବାପାଙ୍କୁ ଦେଖା କରିବାକୁ ଆସି ବାପା ରହୁଥିବା କୋଠରୀର ଦ୍ୱାର ଉନ୍ମୁକ୍ତ କରି ଦେଖିଥିଲେ ଶଯ୍ୟା ଖାଲି ପଡିଛି. ଶୁନ୍ୟ ଘରେ ଚଉକି ଉପରେ ଦୀପ ଜଳୁଛି. ପରସ୍ପର ପରସ୍ପର ମୁଁହକୁ ଚାହିଁ କହୁଥିଲେକି ସେ ଅବତାର ରୂପେ ଅବତାରୀ ହିଁ ଥିଲେ. ମଣିଷର ଜୀବନକାଳକୁ ଚାରି ଭାଗ ପରିବର୍ତ୍ତେ ଆଉ ଗୋଟିଏ ଅବସ୍ଥା ଯାହା ଇଶ୍ୱରଙ୍କ ପାଇଁ ଉଦିଷ୍ଟ ତାହା ଯୋଡି ଶୈଶବ, ଯୌବନ, ଗ୍ରାହସ୍ଥ୍ୟ, ବୃଦ୍ଧ ପରେ ଯୋଉ ଅବସ୍ଥା ତାକୁ ମୋକ୍ଷ ବା ଆଶ୍ରମ ହିଁ କହିବା ପ୍ରଯୁଜ୍ୟ ବୋଲି ଶିଖାଇ ଯାଇଛନ୍ତି ତୁମ ବାପା.ଅସ୍ମିତାଙ୍କୁ ବୋଧ ଦେଇ ସାଧୁ ସନ୍ଥଗଣ ଆଦିକନ୍ଦବାବୁଙ୍କୁ ମୃତ ଘୋଷଣା କରିଥିଲେ. ଶବଦାହ କେମିତି କରାଗଲା ସାଧାରଣଙ୍କୁ ଗୁପ୍ତ ରଖାଗଲା. ଶୁଦ୍ଧି କର୍ମରେ ଅବଢ଼ା ଭୋଜନ, ଦାନ ଦକ୍ଷିଣା ଭିତରେ ରାମ ନାମର ସତସଙ୍ଗର ଧୁମ ଧଡ଼ାକ ଥିଲା ସମ୍ପୂର୍ଣ୍ଣ ନିଆରାଭାବେ.ଡାକ୍ତରମାନେ ଚକିତ ଥିଲେ. ସ୍ବଦେହରେ ସ୍ୱର୍ଗ ଗମନ କଥାଟାର ସତ୍ୟତା ବାପାଙ୍କ ପାଇଁ ପ୍ରଯୁଜ୍ୟ ହେବ ଅସ୍ମିତା ଭାବିନଥିଲେ.
ତା ପରେ ବାପାଙ୍କୁ ଦେଖିବାକୁ ମିଳିଲା ଭିର୍ନ୍ନ ଭିର୍ନ୍ନ ମୁଦ୍ରାରେ. ଏମିତିକି ଶୋଇବା ଘରେ ଖାଲି ଚେୟାର ପଡିଲା ଭଗବାନଙ୍କ ଆସନ ହୋଇ. ଭଗବାନ ନିତ୍ୟ ତାଙ୍କ ପାଖକୁ ଆସନ୍ତି କହନ୍ତି ବାପା. କେହି ଗୁରୁତ୍ୱ ଦିଅନ୍ତି ନାହିଁ. ବୟସର ଦୋଷ କୁହନ୍ତି କିନ୍ତୁ ଚଉକି ଉପରେ ପଡୁଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମ, ବଂଶୀ, ଦୀପ ଚିହ୍ନ ନିଜ ଆଖିରେ ଦେଖିଥିବା ଅସ୍ମିତା ଆଜି ସେକଥା ଖୋଲିଛନ୍ତି ସାଧୁ ସନ୍ଥ ଓ ସନ୍ୟାସୀମାନଙ୍କ ନିକଟରେ. ସେମାନେ ସମସ୍ତେ ମିଳିତ ଭାବରେ ବାପାଙ୍କୁ ଦେଖା କରିବାକୁ ଆସି ବାପା ରହୁଥିବା କୋଠରୀର ଦ୍ୱାର ଉନ୍ମୁକ୍ତ କରି ଦେଖିଥିଲେ ଶଯ୍ୟା ଖାଲି ପଡିଛି. ଶୁନ୍ୟ ଘରେ ଚଉକି ଉପରେ ଦୀପ ଜଳୁଛି. ପରସ୍ପର ପରସ୍ପର ମୁଁହକୁ ଚାହିଁ କହୁଥିଲେକି ସେ ଅବତାର ରୂପେ ଅବତାରୀ ହିଁ ଥିଲେ. ମଣିଷର ଜୀବନକାଳକୁ ଚାରି ଭାଗ ପରିବର୍ତ୍ତେ ଆଉ ଗୋଟିଏ ଅବସ୍ଥା ଯାହା ଇଶ୍ୱରଙ୍କ ପାଇଁ ଉଦିଷ୍ଟ ତାହା ଯୋଡି ଶୈଶବ, ଯୌବନ, ଗ୍ରାହସ୍ଥ୍ୟ, ବୃଦ୍ଧ ପରେ ଯୋଉ ଅବସ୍ଥା ତାକୁ ମୋକ୍ଷ ବା ଆଶ୍ରମ ହିଁ କହିବା ପ୍ରଯୁଜ୍ୟ ବୋଲି ଶିଖାଇ ଯାଇଛନ୍ତି ତୁମ ବାପା.ଅସ୍ମିତାଙ୍କୁ ବୋଧ ଦେଇ ସାଧୁ ସନ୍ଥଗଣ ଆଦିକନ୍ଦବାବୁଙ୍କୁ ମୃତ ଘୋଷଣା କରିଥିଲେ. ଶବଦାହ କେମିତି କରାଗଲା ସାଧାରଣଙ୍କୁ ଗୁପ୍ତ ରଖାଗଲା. ଶୁଦ୍ଧି କର୍ମରେ ଅବଢ଼ା ଭୋଜନ, ଦାନ ଦକ୍ଷିଣା ଭିତରେ ରାମ ନାମର ସତସଙ୍ଗର ଧୁମ ଧଡ଼ାକ ଥିଲା ସମ୍ପୂର୍ଣ୍ଣ ନିଆରାଭାବେ.ଡାକ୍ତରମାନେ ଚକିତ ଥିଲେ. ସ୍ବଦେହରେ ସ୍ୱର୍ଗ ଗମନ କଥାଟାର ସତ୍ୟତା ବାପାଙ୍କ ପାଇଁ ପ୍ରଯୁଜ୍ୟ ହେବ ଅସ୍ମିତା ଭାବିନଥିଲେ.
ଏବେ କାନରୁ କାନ ପ୍ରଘଟ ହୋଇ ବହୁ ଲୋକ ସ୍କୁଲ ଆସୁଥିଲେ ଅସ୍ମିତାଙ୍କୁ ଦେଖା କରି ସତ୍ୟାସତ୍ୟ ଜାଣିବାକୁ. କାହାକୁ କଣ ଉତ୍ତର ଦେବେ ବୁଝିପାରୁନଥିଲେ ଅସ୍ମିତା. ବାପାଙ୍କ ମୃତ୍ୟୁ ଥିଲା ଅସ୍ୱାଭାବିକ. ସ୍ବଦେହରେ ପ୍ରଭୁ ତାଙ୍କୁ କୋଳେଇ ନେଇଥିଲେ ବୋଲି କାହାକୁ ସେ କହିପାରିନଥିଲେ ଯଦିଓ ସେ ବାପାଙ୍କ ମୃତ ଦେହ ବଦଳରେ ମଲାମୂଷାଟିଏ ବାପାଙ୍କ ଖଟରେ ପଡି ରହିଥିବାର ସ୍ୱଚକ୍ଷୁରେ ଦେଖିଥିଲେ. ଡାକ୍ତରମାନେ ସେହି ମଲାମୂଷାଟିକୁ ଖୋଜିହେଉଥିଲେ ପରୀକ୍ଷା କରିବା ପାଇଁ କିନ୍ତୁ ଅସ୍ମିତା ନିଜ ହାତରେ ବାପାଙ୍କ ଚିତାରେ ସେହି ମଲାମୂଷାଟିକୁ ହିଁ ରଖିଦେଇଥିଲେ ବୋଲି ମାନିଥିଲେ. ଭସ୍ମ ପାଉଁଶ ତ ନିଶ୍ଚୟ ରହିଥିବ କହି ଡାକ୍ତର ଵିଜ୍ଞାନୀମାନେ ସେହି ପାଉଁସକୁ ବିଜ୍ଞାନଗାରକୁ ନେଇଯାଇଥିଲେ. ଅସ୍ମିତାଙ୍କୁ ଏଣିକି ସମସ୍ତେ ବାୟାଣୀ ହୋଇଗଲେଣି ବୋଲି କହୁଥିଲେ କାରଣ ପାଠ ପଢେଇବା ସହ ଇଶ୍ୱରଙ୍କ ସତ୍ତାର ଅସ୍ତିତ୍ୱ ରହିଛି ବୋଲି ସେ ଛାତ୍ର ଛାତ୍ରୀମାନଙ୍କୁଶିକ୍ଷା ଦେଉଥିଲେ. ଧ୍ରୁବଙ୍କ କଥା କହି ପିଲାଟିଏ ହୋଇଥିଲେ ମଧ୍ୟ ଭଗବାନଙ୍କ କୃପା କରୁଣା ପ୍ରାପ୍ତ କରି ସେ ତାରାମାନଙ୍କ ଗହଣରେ ଏଯାଏଁ ରହିଆସିଛନ୍ତି ବୋଲି କହିବା ସହ ମଣିଷ ଯଦି ଆକାଶରେ ତାରା ହୋଇପାରେ ଏହା କେବଳ ଆଧ୍ୟାତ୍ମବାଦୀ ଦେଶ ଓ ଜାତିରେ ସମ୍ଭବ.ସେଇଥିପାଇଁ ଦେବତାମାନେ ଆମ ଦେଶରେ ଜନ୍ମ ହୋଇଥିବା ମଣିଷମାନଙ୍କ ମହିମା ଗାନ କରି କହିଛନ୍ତି ମଣିଷମାନଙ୍କ ପୁଣ୍ୟ ଯୋଗୁଁ ତାଙ୍କ ଉପରେ ହରି ପ୍ରସନ୍ନ ହୋଇଛନ୍ତି. ହରିଙ୍କ ସେବାରେ ନିୟୋଜିତ ହୋଇଥିବା ମଣିଷକୁ ଭଗବାନ ଖୁବ ଭଲପାଇଥାନ୍ତି. ଆମେସମସ୍ତେ ମଧ୍ୟ ବ୍ରହ୍ମବିଦ୍ୟାର ଭୂମି ଭାରତବର୍ଷରେ ଥରେ ମଣିଷ ରୂପେ ଜନ୍ମ ଗ୍ରହଣ କରିବାକୁ ଅଭିଳାକରୁଛୁ.
ଏସବୁ କହିବା ସହ ଅସ୍ମିତା କହୁଥିଲେ ମାନବମାନଙ୍କର ଏକ ବିଶିଷ୍ଟ ଲକ୍ଷ ଅଛି. ତାହା ହେଉଛି ପ୍ରଭୁଙ୍କୁ ପାଇବା ଓ ଆତ୍ମାକୁ ପରମାତ୍ମାଙ୍କ ସହିତ ଲୀନ କରିଦେବା. ପରମାତ୍ମା ଅତ୍ୟନ୍ତ କୃପା ପରବଶ ହୋଇ ଏହି ମଣିଷ ଶରୀର ପ୍ରଦାନ କରିଛନ୍ତି.ଏହାକୁ ପାଇ ଯେଉଁ ମଣିଷ ନିଜ ଇନ୍ଦ୍ରୀୟଙ୍କୁ ବଶ କରେ ନାହିଁ ତାର ଜୀବନ ଅତି ଶୋଚନୀୟ ହୋଇଯାଏ. ଏ ଶରୀର ପରମାତ୍ମାଙ୍କ କାର୍ଯ୍ୟ ନିମନ୍ତେ ମିଳିଛି. ଏହି ଅନିତ୍ୟ ଶରୀର ନିତ୍ୟ ପରମାତ୍ମାଙ୍କୁ ନିଜ ଭକ୍ତିର ଚେଷ୍ଟା, ପ୍ରଚେଷ୍ଟା ଓ ନିଷ୍ଠା ବଳରେ ହିଁ ପାଇପାରେ. ଅସ୍ମିତାଙ୍କ କଥା ନସରୁଣୁ, ସେଠାରେ ଉପସ୍ଥିତଥିବା ଡାକ୍ତରମାନେ ତାଳି ମାରି କହୁଥିଲେ ଠିକ କହିଛନ୍ତି ଅସ୍ମିତା ଦେବୀ. ଆପଣଙ୍କ ବାପା ଜଣେ ସ୍ପେସିଜ ଥିଲେ.ଅସ୍ମିତା ଥରେ ଡାକ୍ତରମାନଙ୍କ ଆଡକୁ ଚାହିଁ କହୁଥିଲେକି ଏ ସଂସାରର ଅନେକ ଧୁମ ଧଡ଼ାକ ଭିତରେ ଆତ୍ମ ନିରୀକ୍ଷଣ ଓ ଆତ୍ମା ପରମାତ୍ମାଙ୍କ ମିଳନ ଏକ ବିରଳ ଧୁମ ଧଡ଼କ ଦୃଷ୍ଟାନ୍ତ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ