ଧୂମୂଛାଇ ସମିତି ସଭ୍ୟ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ଏପ୍ରିଲ ୨୩ରେ ଉପନିର୍ବାଚନ
ଗାଙ୍ଗପୁରର,(ସନ୍ତୋଷ କୁମାର ବିଷୋୟୀ)’ଗତ ସେପ୍ଟେମ୍ବର ମାସରେ ବେଲଗୁଣ୍ଠା ବ୍ଳକ୍ ଧୂମୂଛାଇ ପଂଚାୟତର ସମିତିସଭ୍ୟ ତଥା ତତ୍କାଳୀନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ଅକାଳ ବିୟୋଗ ଘଟିଥିଲା I ଏ ଭିତରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ସରି ନୂତନ ଅଧ୍ୟକ୍ଷ ଭାବେ ବିଜେଡିର ମମତା ଭୋଳ ନିର୍ବାଚିତ ହୋଇସାରିଥିଲେ ମଧ୍ୟ ଧୂମୂଛାଇ ସମିତିସଭ୍ୟ ପଦବୀ ଆଜି ସୁଦ୍ଧା ଖାଲି ପଡ଼ିଛି I ଏହି ପଦବୀ ପାଇଁ ଉପନିର୍ବାଚନ ସକାଶେ ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ ପାଇଛି I ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପ୍ରକାରେ ଚଳିତ ମାର୍ଚ୍ଚ ୨୪ ତାରିଖରୁ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ହେବ I ସେହିପରି ଏପ୍ରିଲ ୨୪ ତାରିଖରେ ପଂଚାୟତ ସମିତି କାର୍ଯ୍ୟାଳୟରେ ଭୋଟ୍ ଗଣତି ସହିତ ଫଳାଫଳ ପ୍ରକାଶ ପାଇବ I ନିର୍ବାଚନ ଆାୟୋଗଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପରେ ବେଲଗୁଣ୍ଠା ବ୍ଲକ୍ ରେ ବିଜେଡି ଓ ବିଜେପି ରାଜନୈତିକ ଦଳ ଙ୍କ ମଧ୍ୟରେ ଉଷ୍ମତା ବୃ୍ଦ୍ଧି ପାଇଛି I ଏହି ବ୍ଳକ୍ ରେ ନିଜର ପତିଆରା ଜାହିର୍ କରିଥିବା ଉଭୟ ଦଳ ପାଇଁ ଲୋକଙ୍କ ପସନ୍ଦର ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି I ବର୍ତ୍ତମାନ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ବିଜେଡ଼ି ହାତରେ ଥିବା ବେଳେ ଏହି ସମିତିସଭ୍ୟ ଆସନକୁ ମଧ୍ୟ ବିଜେଡି ନିଜ ଅକ୍ତିଆରରେ ରଖି ବିଜେଡିର ଶକ୍ତି ବୃ୍ଦ୍ଧି ପାଇଁ ବିଜେଡ଼ି ନେତୃବୃନ୍ଦ ସଜବାଜ ହେଉଥିବା ବେଳେ ବିଜେପି ମଧ୍ୟ ଏହି ପଦବୀକୁ ହାତେଇ ନେବାକୁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି I