ଧୂଷୁରୀ ପ୍ରେସ ୟୁନିଅନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ପ୍ରମୁଖ ସ୍ଥାନ ଧୂଷୁରୀ ଠାରେ ଥିବା ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ କରି ଥିଲେ ଧୁଷୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ। ଅନୁଷ୍ଠାନର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ୟକ୍ଷ ରତିକାନ୍ତ ନାୟକ, ବରିଷ୍ଠ ନାଗରିକ ରବୀନ୍ଦ୍ର ବେହୁରିଆ, ସମାଜ ଦେବୁ ସନ୍ତୋଷ ରାୟ, ସାମ୍ବାଦିକ ଅଭୟ ମାଝୀ, ସାମ୍ବାଦିକ ସିଦ୍ଧାର୍ଥ ଶଙ୍କର ମିଶ୍ର, ଧନେଶ୍ଵର କର, ରାମ ନାରାୟଣ ପତି, ଖଗେଶ୍ବର ପାଗଳ, ଶେଷଦେବ ସ୍ବାଇଁ ଓ ସାମ୍ବାଦିକ ରବୀନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧୁଷୁରି ପଞ୍ଚାୟତ ଠାରେ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଥାନାରେ ଶାନ୍ତନୁ କୁମାର ଜେନା , ସ୍ବର୍ଗତ ହୃଦାନନ୍ଦ ପାଠାଗାରରେ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ପତାକା ଉତ୍ତୋଳନ କରି ଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ତଥା ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିହାର ରଞ୍ଜନ କର, ଆଇ ଜି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମହାନ୍ତି, ମା ସାରଦା ଦେବୀ ମହାବିଦ୍ୟାଳୟ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ରାଉତ ପ୍ରମୁଖ ପତାକା ଉତ୍ତୋଳନ କରି ଥିଲେ। ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ବନିତା ପୃଷ୍ଟି, କୋରୁଆ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଝାଡେଶ୍ୱରି ବିଦ୍ୟାଳୟ, ଶିବଦୁର୍ଗା ନୋଡାଲ ବିଦ୍ୟାଳୟ ରେ ଗଣତନ୍ତ୍ର ଦିବସ ପାଳିତ ହୋଇଅଛି।