ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳି

ନବରଙ୍ଗପୁର, (ୱାଇଏନଏସ): ଶିକ୍ଷକଓ ଶିକ୍ଷା ପ୍ରତିଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳନ ହୋଇଯାଇଛି। ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ନବରଙ୍ଗପୁର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ଛତ୍ରପତି ସାହୁ ଅଧ୍ୟକ୍ଷତା କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୁନୁ ନାୟକ, ଅଧ୍ୟକ୍ଷ ନବରଙ୍ଗପୁର ପୌର ପରିଷଦ , ମୁଖ୍ୟବକ୍ତା ରୂପେ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, , ସମ୍ମାନୀତ ଅତିଥି ରୂପେ ଡ ରେଶମ ଲାଲ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ,ମନୋଜ କୁମାର ବେହେରା , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଅରବିନ୍ଦ ମଢେଇ, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ଗୋଷ୍ଠୀ ଶିକ୍ଷ୍ୟାଧିକରି ରମେଶ ଚନ୍ଦ୍ର ରାୟ, ସୁପ୍ରିୟା ନାୟକ, ଜଗନ୍ନାଥ ଧାରୁଆ, ସୁଭେନ୍ ମଣ୍ଡଳ, ବିକାଶ ସରକାର, ଷୌମେନ୍ଦ୍ର ଭୋଇମିକ ଓ ଈଶ୍ୱର ମାଝୀ ପ୍ରମୁଖ , ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଓ ଶ୍ରୀ ଜଗଦାନନ୍ଦ ସୁନାରି, ଜିଲ୍ଲା ସଂଯୋଜକ, ଅନ୍ତର୍ଣିବେଶି ଶିକ୍ଷା ପ୍ରମୁଖ ଯୋଗଦେଇଥିଲେ।ମୁଖ୍ୟଅତିଥି ଓ ଅନ୍ୟ ଅତିଥି ଗଣ ପ୍ରବାସୀ ଭାରତୀୟ ଦିବସ ର ତାତ୍ପର୍ଯ୍ୟ ଓ ଦେଶ ଗଠନରେ ପ୍ରବାସୀ ଙ୍କ ଅବଦାନ ସମ୍ପକ ରେ ଆଲୋକପାତ କରିଥଲେ।ସଭାପତି ଶ୍ରୀ ସାହୁ ପ୍ରବାସୀ ଭାରତୀୟ ମାନେ ବିଦେଶରେ ପ୍ରମୁଖ କମ୍ପାନୀର ମୁଖ୍ୟଭାବେ ସୁଚାରୁରୂପେ କାର୍ଯ୍ୟ କରି ଦେଶର ନାମକୁ ଉଚ୍ଚା କରିଛନ୍ତି।ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ରେ ପ୍ରବାସୀ ଭାରତୀୟ ଙ୍କ ଅବଦାନ ବହୁତ ରହିଛି। ଉଦଯାପନୀ ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଗୁପ୍ତ ପ୍ରସାଦ ନାଗ ପରିଚାଳନା କରିଥିଲା ଓ ଶ୍ରୀ ବାଳକୃଷ୍ଣ ସାହୁ, ରାଜେଶ ନାୟକ ଓ ସମଗ୍ର ଶିକ୍ଷା ର କର୍ମଚାରୀ ସହଯୋଗୀ କରିଥିଲେ। ଶ୍ରୀ ଜଗଦାନନ୍ଦ ସୁନାରି ଧନ୍ୟବାଦ୍ ଅର୍ପଣ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ