ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର
ନୀଳଗିରି,(ୱାଏନଏସ):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ, ବିଜୁଜନତା ଦଳ, ନୀଳଗିରି କାର୍ଯ୍ୟାଳୟ ପରିସରରେ, ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ରୁ ଜଣାଯାଇଛି ଆଜି ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଉକ୍ତ ରକ୍ତ ଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଙ୍କ ସହିତ ନୀଳଗିରି ର ପୂର୍ବତନ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ପୂର୍ବତନ ଏନ୍ ଏ ସି ଅଧକ୍ଷ ରଧାଗୋବିନ୍ଦ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ, ଗତିକୃଷ୍ଣ ନନ୍ଦ,ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଆଦିବାସୀ ନେତା ତଥା ସମାଜସେବୀ ମଦନ ମୋହନ ମାଝୀ, ଏନ୍ ଏ ସି ଅଧ୍ୟକ୍ଷା ଅମ୍ବିକା ଦାସ, ପୂର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ର କାଉନସିଲର କମଳାମଣି ପରିଡ଼ା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ ପରିଡ଼ା, ଶରତ କୁମାର ଦାସ, ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ, ରାଜିବ ଦାସବାବୁ, ଉଦୟଜ୍ୟୋତି ମହାନ୍ତି, ରାମକୃଷ୍ଣ ମହାପାତ୍ର ଓ ଦଳ ର ବଶିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ। ପରେ ବାଇ ପାସ ସ୍ଥିତ, ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ ଦାନ ଶିବିର ରୁ ୧୧୪ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିବା ଜଣାଯାଇଛି। ନୀଳଗିରି ରକ୍ତଭଣ୍ଡାର ର ଡାକ୍ତର ତ୍ରିନାଥ ପାଲ, ଟେକନିକସିଆନ ରାଜେଶ କୁମାର ଦାସ, ସରୋଜ କୁମାର ପସା, ଆଟେଣ୍ଡର ଗତିକୃଷ୍ଣ ମହାନ୍ତି ରକ୍ତ ସଂଗ୍ରହ କରି ନୀଳଗିରି ଉପଖଣ୍ଡ ରକ୍ତ ଭଣ୍ଡାର କୁ ନିଆଯାଇଥିଲା।