ନାଏବ ସରପଞ୍ଚଙ୍କ ଘର ଉପରେ ବୋମା ମାଡ଼ କରି ଦୃର୍ବୁତ୍ତ ଫେରାର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନୂଆଁଗଡ ଗ୍ରାମରେ ଘର ଉପର କୁ ବୋମା ମାଡ଼ ଘଟଣା ଏବେ ବୋମା ଆତଙ୍କ ସୃଷ୍ଟି ହେଉଥିବା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଦୃର୍ବୁତ୍ତ ମାନେ ବେଫିଗର ରେ ନିଜର ଅପରାଧୀ ସାମ୍ରାଜ୍ୟ ଆତଙ୍କରାଜ ଚଳାଇଛନ୍ତି। ଏବେ ଜନସାଧାରଣ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି ।ଗତ କାଲି ଶନିବାର ଅପରାହ୍ନ ରେ ଦିଗପହଣ୍ଡି ଅଞ୍ଚଳ ରେ ଦେଖିବାକୁ ମିଳିଥିବା ବେଳେ ସେହି ଦିନବିଳମ୍ବିତ ରାତ୍ର ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ର ନାଏଵ ସରପଞ୍ଚ ଵିଟୁ ଗୌଡ଼ ନୁଆଁଗଡ ଗ୍ରାମ ଘର ଉପରେ ବୋମା ମାଡ଼ କରି ଦୃର୍ବୁତ୍ତ ମାନେ ପଳାଇଥିବା ଜଣାପଡିଛି। ଏନେଇ ବିଟୁ ଗୌଡ଼ ପାଟପୁର ଥାନାରେ ଅଭିଯୋଗ କରିଛନ୍ତି। ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଫୁଟି ଥିବା ବୋମା ର ସାମଗ୍ରୀ ଯାଞ୍ଚ ପାଇଁ ଆଣିଥିବା ଜଣାପଡ଼ିଛି। ଏନେଇ ପାଟପୁର ଥାନା ୪୭୨/୨୪ ମାମଲା ରୁଜୁ କରିଛି।ସୂଚନା ପ୍ରକାରେ ଶନିବାର ରାତ୍ର ବିଟୁ ଙ୍କପରିବାର ଖାଇ ସାରିବା ପରେ ସୋଇଥିବା ସମୟରେ ରାତ୍ର ୧ ଘଣ୍ଟା ସମୟରେ ବଡ଼ ଧରଣର ଶବ୍ଦ ଶୁଣି ଘର କବାଟ ଖୋଲିଲା ବେଳକୁ ଧୁଆଁ ରେ ଅନ୍ଧାର ଦେଖା ଯାଉଥିଲା ।କିଛି ସମୟ ପରେ ଜଣାପଡ଼ିଲା ମୋର ଘର ଉପରେ ବୋମା ଆକ୍ରମଣ କରି ଦୃର୍ବୁତ୍ତ ମାନେ ପଳାଇଥିବା ଜଣାପଡିଛି।ବିଦ୍ୟୁତ୍ ମିଟର ଭାଙ୍ଗି ଯାଇଛି ଏବଂ ବାରଣ୍ଡା ଭାଙ୍ଗି ଯାଇଛି। ଏନେଇ ଗ୍ରାମର ଲୋକେଙ୍କୁ ଜଣାଇବା ସହ ପାଟପୁର ଥାନା ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଏସ ଆଇ ଶୁଭଲକ୍ଷ୍ମୀ କହଁର ,ଶ୍ରୀନିବାସ ଦାସ, ସନ୍ତୋଷ କୁମାର ମିଶ୍ର ପୋଲିସ କର୍ମଚାରୀ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଆସନ୍ତା କାଲି ଘଟଣାସ୍ଥଳକୁବୋମାବିଶେଷଜ୍ଞ ଦଳ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।