ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ବୈଠକ “ଧର୍ମପଦ” ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ଵ ଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣର ପ୍ରମୁଖ ବିନ୍ଧାଣୀ ଧର୍ମପଦ ଆଜି ଅବହେଳିତ। ଯାହା ପାଇଁ ଆଜି ବିଶ୍ୱ ଦରବାରରେ କୋଣାର୍କ ପରିଚିତ ସେ ଆଜି ଇତିହାସର କୋଉ କୋଣରେ ଅଚିହ୍ନା ଫର୍ଦ୍ଦ ହୋଇ ପଡ଼ିରହିଛି। ବାରଶହ ବଢେଇଙ୍କ ମଉଡମଣି ଧର୍ମପଦର ତ୍ୟାଗ, ବଳିଦାନକୁ ଭବିଷ୍ୟତ ପୀଢ଼ି ପାଇଁ ସାଇତି ରଖିବା ଉଦ୍ଦେଶ୍ୟରେ କୋଣାର୍କରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସମିତି ପକ୍ଷରୁ ମତ ପ୍ରକାଶ ପାଇଛି। ଗୋଟେ ଜାତିର ଗୌରବ ଗାଥାକୁ ଉଜ୍ଜ୍ବିବୀତ ରଖିବା ପାଇଁ ବିଶ୍ଵକର୍ମା କୂଳ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ଜଣାପଡିଛି।ଏନେଇ ବିଶ୍ୱକର୍ମା କୂଳ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କୋଣାର୍କ ସ୍ଥିତ ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଅଛି।ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି,ଗୋପ ବ୍ଲକର ସଭାପତି ମଙ୍ଗରାଜ ମହାରଣାଙ୍କ ତତ୍ତ୍ଵାବୋଧନରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଦେବରାଜ ମହାରଣା, କୋଷାଧ୍ୟକ୍ଷ ପଞ୍ଚାନନ ମହାରଣା ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ସାଂସଦଙ୍କ ନିମାପଡ଼ା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା ଯୋଗ ଦେଇଥିଲେ।କୋଣାର୍କରେ ଏକ ଧର୍ମପଦ ପ୍ରତିମୂର୍ତ୍ତି ସ୍ଥାପନା ସମେତ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରାସ୍ତାକୁ ଧର୍ମପଦ ମାର୍ଗ ନାମରେ ନାମିତ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ସମିତି ପକ୍ଷରୁ ଏହି କାର୍ଯ୍ୟକୁ ତୋରାନିତ୍ଵ କରିବା ପାଇଁ ଏକ ୨୦ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚଅଧିକାରୀ ମାନଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବା ସହ ବିଶ୍ଵକର୍ମା କୂଳର ଦାୟଦ ଧର୍ମପଦର ଗାଥାକୁ ଭବିଷ୍ୟତ ପୀଢ଼ି ପାଇଁ ସାଇତି ରଖିବା ନିମନ୍ତେ କାର୍ଯ୍ୟ କରିବ ବୋଲି ଜଣାପଡିଛି। ଅନୁଷ୍ଟିତ ଏହି ବୈଠକରେ ବିଚିତ୍ର ଓଝା, ରତିକାନ୍ତ ଓଝା, ପ୍ରକାଶ ଓଝା, ନକୁଳ ଓଝା, ସର୍ବେଶ୍ଵର ମହାରଣା, ମଙ୍ଗୁଳି ମହାରଣା, ରାମଚନ୍ଦ୍ର ମହାରଣା, ରଶ୍ମିରଂଜନ ମହାରଣାଙ୍କ ସମେତ ଗୋପ, ନିମାପଡ଼ା, ଅସ୍ତରଙ୍ଗ, କାକଟପୁର ବ୍ଲକର ବିଶ୍ୱକର୍ମା ଭାଇ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ