ନିଜ କ୍ଲଷ୍ଟର ସ୍କୁଲରୁ ଜିପିଏସ୍ ଫଟୋ ଦେବାକୁ ସିଆରସିସି ନିର୍ଦ୍ଦେଶ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ କାର୍ଯ୍ୟରତ ଥିବା କେତେକ ସିଆରସିସି ଠିକ୍ ଭବେ ନିଜ କାର୍ଯ୍ଯ ସମ୍ପାଦନ କରୁ ନଥିବାରୁ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ବାକୁ ବସିଛି। ଶିକ୍ଷକ ଅଭାବ ସାଙ୍ଗକୁ ଶିକ୍ଷା କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀ ଅଭାବ ମଧ୍ଯ ଲାଗିରହିଛି । ୩ଜଣ ଏବିଇଓଙ୍କ ସ୍ଥାନରେ ଜଣେ ଏବିଓ କମ୍ ବିଆରସିସି କାର୍ଯ୍ୟ କରୁଥିବାବେଳେ ବି ଏନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଇଓ ଚାର୍ଜରେ ରହିଛନ୍ତି । ଫଳରେ ଶିକ୍ଷା ବିଭାଗର ଅଧୂକାରୀମାନେ ନିୟମିତ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିବା ସମ୍ଭବପର ହେଉନାହିଁ I ଏଭଳି କ୍ଷେତ୍ରରେ କ୍ଲଷ୍ଟରସ୍ତରେ ଥିବା ସିଆରସିସିଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ । ପ୍ରତ୍ୟେକ ଦିନ ତାଙ୍କ ଅଧୀନରେ ଥ‌ିବା ବିଦ୍ୟାଳୟଗୁଡିକ ପରିଦର୍ଶନ କରିବା ସହିତ ଶିକ୍ଷାର ମାନ ତଦାରଖ କରିବା ଏବଂ ଶିକ୍ଷକ ନଥୁବା ବିଦ୍ୟାଳୟରେ କିଛି ସମୟ ରହି ଶିକ୍ଷାଦାନ କରିବାକୁ ନିୟମ ରହିଛି । କିନ୍ତୁ ଅନେକ ସିଆର୍‌ସିସି ନିଜ ଅଧୀନରେ ବିଦ୍ୟାଳୟକୁ ଯିବା ତ ଦୂରର କଥା ଶିକ୍ଷା କାର୍ଯ୍ୟାଳୟରେ ହେଉଥ‌ିବା ବୈଠକକୁ ମଧ୍ଯ ଆସୁନାହାନ୍ତି। ତା’ଛଡା କିଛି ସିଆରସିସି କେନ୍ଦୁଝର, ଘଟଗାଁ, ଆନନ୍ଦପୁର, ମଞ୍ଜୁରୀରୋଡ, ବନ୍ତ ଆଦି ବିଭିନ୍ନ ସ୍ଥାନରେ ନିଜ ପରିବାର ସହିତ ରହୁଥ‌ିବାରୁ ନିଜ କ୍ଲଷ୍ଟରକୁ ନିଜ ଇଚ୍ଛାରେ ଯିବା ଆସିବା କରିଥାନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ହେବାରୁ ବ୍ଲକ ଶିକ୍ଷାଧୂକାରୀ ସମସ୍ତ ସିଆରସିସିଙ୍କୁ ଚିଠି କରିଛନ୍ତି। ନିଜ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ଉପ ପସ୍ଥାପନ ଖାତାରେ ଦସ୍ତଖତ ମାରିବା ସହିତ ନିଜ ସ୍କୁଲ କିମ୍ବା କ୍ଲଷ୍ଟର ସ୍କୁଲରେ ଜିପିଏସ୍ କ୍ୟାମେରାରେ ଫଟୋ ଉଠାଇ ସିଆର୍‌ସିସି ଉପସ୍ଥାପନ ଗ୍ରୁପ୍‌ରେ ଦିନ ୧୧ ସୁଦ୍ଧା ପକାଇବାକୁ ଚିଠି ନଂ ୪୦୫୯ ତା ୭/୧୧/୨୦୨୪ ରେ ନିର୍ଦ୍ଦେର୍ଶ ଦେଇଛନ୍ତି। କିନ୍ତୁ କିଛି ସିଆର୍‌ସିସି ଏଭଳି ଚିଠିକୁ ନେଇ ବିଚଳିତ ହୋଇପଡିଥିବା ବେଳେ ଏଭଳି ନିର୍ଦ୍ଦେର୍ଶକୁ ରଦ୍ଦ କରିବାକୁ ରାଜନୈତିକ ଚାପ ପକାଇବାକୁ ଚେଷ୍ଟା କରିଥଲେ ମଧ୍ଯ ସଫଳ ହୋଇ ନଥିବା ଜଣା ଯାଇଛି। ଶିକ୍ଷା ଅଧିକାରୀଙ୍କ ଏପରି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ