ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଶିକ୍ଷାବିଭାଗର ଆଲୋଚନାଚକ୍ର

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଶିକ୍ଷାବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଶିକ୍ଷାବିଭାଗର ଅଧ୍ୟାପକ ଅଜିତ୍‍ କୁମାର ପଟ୍ଟନାୟକଙ୍କ ସଂଯୋଜନା ଓ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡଃ ଲକ୍ଷ୍ମଣ କୁମାର ସୋରେନ୍‍ ଯୋଗଦେଇ ଏହି ଆଲୋଚନାଚକ୍ର ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଏକ ଉଚ୍ଚକୋଟିର ଗବେଷଣା ପ୍ରସ୍ତାବ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ “ଗବେଷଣା ପ୍ରସ୍ତାବନା ଏକ ମୂଲ୍ୟାୟନ” ଶୀର୍ଷକ ଆଲୋଚନାଚକ୍ରରେ ସୁଶ୍ରୀ ସୋନାଲି ଜେନା ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲା ବେଳେ କଲେଜର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ଓ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଡଃ କୁନା ସୁନା ଶିକ୍ଷାର ଅଭିବୃଦ୍ଧି ଉପରେ ଆଲୋଚନାଚକ୍ରର ଆବଶ୍ୟକତା ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନର ମୁଖ୍ୟ ରୁଦ୍ରମାଧବ ମହାନ୍ତି, ପଦାର୍ଥ ବିଜ୍ଞାନର ମୁଖ୍ୟ ଅଭିଷେକ ବେହେରା, ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ସୁଶ୍ରୀ ଶୁଭଶ୍ରୀ ସାହୁ, ଶିକ୍ଷା ବିଭାଗର ମୁଖିଆ ଶ୍ରୀମତୀ ସ୍ୱପ୍ନାରାଣୀ ପଟ୍ଟନାୟକଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ବିଦ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ