ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ନିମିନା, କେନ୍ଦୁପଦର ତଥା ଏହାର ଆଖପାଖ ଅଞ୍ଚଳରେ ମେଧାବୀ ଏବଂ ପ୍ରତିଭାବାନ୍ ବିଦ୍ୟାର୍ଥୀ ସୃଷ୍ଟି କରିବା ଲକ୍ଷ୍ୟରେ ସ୍ଥାପିତ ହୋଇଥିବା କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଓ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରବାର ଶିକ୍ଷାନୁଷ୍ଠାନର ଖେଳପଡିଆରେ ଉଦ୍ଘାଟିତ ହୋଇଯାଇଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ସୁସ୍ଥ, ଶାରୀରିକ ଓ ମାନସିକ ବିକାଶରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳକୁଦ କରିବା ସହ ନିଜର ପ୍ରତିଭା, ପାରଦର୍ଶିତା ଓ ପାରଙ୍ଗମତାକୁ ଲୋକଲୋଚନକୁ ଆଣି କ୍ରୀଡା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତଦୁଇ ଓ ଯୁକ୍ତତିନି ପାଠ୍ୟକ୍ରମର ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବଡିଆଁ, ଉଚ୍ଚାଡିଆଁ ସମେତ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ବେହେରା, କ୍ରୀଡା ସଂସଦର ଉପସଭାପତି ଡେମୋନ୍ଷ୍ଟ୍ରେଟର୍ ପ୍ରମୋଦ କୁମାର ଆପଟ ଓ ମନୁ ସ୍ୱାଇଁ, ଅଧ୍ୟାପକ ଉପେନ୍ଦ୍ର ମାଝୀ, ଅଧ୍ୟାପିକା ସୁଜାତା ଟେଟେ, ଅଧ୍ୟାପକ ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର, ଆଲୋକ ପ୍ରଧାନ, ଅଭିଷେକ ବେହେରା, ରୁଦ୍ରପ୍ରସାଦ ମହାନ୍ତି, ଡଃ କୁନା ସୁନା, ସ୍ୱପ୍ନାରାଣୀ ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ଯସ୍ମିନ୍ ନାୟକ, ରାଜେଶ୍ୱରୀ ରଥ, ବିକାଶ ଦିଗଲ୍, ପ୍ରଫୁଲ କାଣ୍ଡାଗୋରୀ, ଅଜିତ୍ ମୁଖୀ, ସୁଜାତା ସିଂ, ସ୍ମିତାରାଣୀ ପାତ୍ର, ଯାଜ୍ଞସେନୀ ପ୍ରଧାନ, ଉଦିତ୍ ଦାଶ, ଡଃ ଜୀବନକୃଷ୍ଣ ଦାଶ, ଶୁଭଶ୍ରୀ ସାହୁ, ସୁଚିସ୍ମିତା ପଟ୍ଟନାୟକ, ମୁଖ୍ୟ କିରାଣୀ ପଦ୍ମିନୀ ମହାରଣା, ନରହରି ଖଟେଇ, କେ.ଭୋଜରାଜୁ ଦୋରା, ଜୟରାମ ପ୍ରଧାନ ପ୍ରମୁଖ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନାରେ ସହଯୋଗ କରୁଥିବା ବେଳେ ଏହି ପ୍ରତିଯୋଗିତାକୁ ଉପଭୋଗ କରିବା ଲାଗି ଶିକ୍ଷାନୁଷ୍ଠାନର ଖେଳପଡିଆରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଓ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ଉଦ୍ଘାଟନୀ ଦିବସରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ କେନ୍ଦୁପଦର ଗ୍ରାମର ସଙ୍କଟ ମୋଚନ ହନୁମାନଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ସାରି ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରି ଶିକ୍ଷାନୁଷ୍ଠାନ ଖେଳ ପଡିଆରେ ପହଞ୍ôଚବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ କ୍ରୀଡାଧ୍ୱଜା ଉତ୍ତୋଳନ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।