ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ଶେଷ ଦର୍ଶନ ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ ଦର୍ଶନ ରେ ଆଜି ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀ ନିରଞ୍ଜନ ୧୯୯୨ ମସିହାରୁ ବିଜେପି ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ୨୦୦୦ ମସିହାରୁ ଅତି ଘନିଷ୍ଠ ଥିଲେ। ପ୍ରତେକ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଛାଇ ପରି ରହି ଆସୁଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କ ବିଭିନ୍ନ ଜରୁରୀ କାର୍ଯ୍ୟକ୍ରମ ବାତିଲ କରି ନିରଞ୍ଜନଙ୍କ ଶେଷ ଦର୍ଶନ ସହ ପରିବାର ବର୍ଗକୁ ସମବେଦନା ଜଣାଇବା ପାଇଁ କେନ୍ଦୁଝର ସ୍ଥିତ ତାଙ୍କ ବାସଭବନ କୁ ଦଉଡି ଆସିଥିଲେ। ନିରଞ୍ଜନ ଙ୍କ ପୈତୃକ ଘର ବ୍ରହ୍ମପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ବାପା କେନ୍ଦୁଝର ରେ ଚାକିରି କରୁଥିବାରୁ ଛୁଆଟି ବେଳୁ ପଡୁଥିଲେ ବଢୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ