ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଜାଗରଣ ସତର୍କତା ସପ୍ତାହ ପାଳନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସ୍ଥିତ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାଗରଣ ସତର୍କତା ସପ୍ତାହ ୨୦୨୪ କାର୍ଯ୍ୟକ୍ରମ ୨୮ ତାରିଖଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ୱାଆରସି,ଏନଏସ୍ଏସ୍, ଏନ୍ସିସିର ମିଳିତ ଭାବରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ମାଝିଙ୍କ ଅଧ୍ୟକ୍ଷତାରେ ଶପଥ ପାଠ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ଯୁବରେଡ଼କ୍ରସ ବାହିନୀର ସଂଯୋଜିକା ଡ଼ଃ ଲୀନା ଲିଲିୟାନ । ସପ୍ତାହ ବ୍ୟାପୀ ହେବାକୁ ଥିବା ଏଇ କାର୍ଯ୍ୟକ୍ରମରେ ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତି ବିଷୟକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବା ସଙ୍ଗେ ସଙ୍ଗେ ଜାଗରଣ ସୃଷ୍ଟି ନିମନ୍ତେ ସହର ପରିକ୍ରମା ମଧ୍ୟ କରାଯିବ । ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଡ଼ଃ ଓମ୍ ନାରାୟଣ ରାଓ, ଡ଼ଃ ସରୋଜ କୁମାର ଜେନା, ଡ଼ଃ ଲକ୍ଷ୍ମଣ କୁମାର ସୋରେନ, ଡ଼ଃ ସୁପ୍ରିୟା ଦାଶ, ଡ଼ଃ ଯଶଶ୍ରୀ ମଲ୍ଲିକ, ଡ଼ଃ ଉର୍ମିଳା ମୁଦୁଲି, ଗୋପୀନାଥ କର,ଡ଼ଃ ପ୍ରମୋଦ ତିଆଡ଼ି, ବି. ପାଣ୍ଡବ ରେଡ଼ି, ସୁଶୀଲ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ସାହୁ, ଅମୀର ଦିଗାଲ, ଚିନ୍ମୟ ବାରିକ, ସୁଧାଂଶୁ କୁମାର ହୋତା, ଆଶୀର୍ବାଦ ମହାନ୍ତି, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ଭାଗ୍ୟଶ୍ରୀ ବେହେରା, ଡ଼ଃ ଜୟପ୍ରଦା ମହାପାତ୍ର,ଶୁଭ ପ୍ରସାଦ ପାତ୍ର, ସନାତନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।