ନିରାଡମ୍ବରରେ ରାମ ନବମୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଳକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥ ପାଶ୍ୱର୍ରେ ଅବସ୍ଥ୍ିତ ଟିଲୋ ବଜାର ଠାରେ ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କର ନବମୀ ପୂଜା କରୋନା ପାଇଁ ନିରାଡମ୍ବରରେ ସହକାରେ ପାଳିତ ହୋଇଛି । ପ୍ରତି ବର୍ଷ ଏହି ପୂଜାରେ ୫ଟି କଳସ ଆସୁଥିବା ବେଳେ ଏଥର ଗୋଟିଏ କଳସରେ ସୀମିତ ରଖାଯାଇଛି । ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଜଗବନ୍ଧୁ ଖୁଣ୍ଟିଆଙ୍କ ଦ୍ୱାରା ଗ୍ରେନ୍ଗୋଲା ବୁଡି ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା ଆରମ୍ଭ ହୋଇଥିଲା । ପୂଜକ ଭାସ୍କର ଚନ୍ଦ୍ର ଶତପଥି, ବିଜୟ ଦାଶଙ୍କ ଦ୍ୱାରା ପୂଜା କାର୍ଯ୍ୟ ହୋଇଥିଲା । ଭୋର ସମୟରୁ ଏହି ପୂଜା ଆରମ୍ଭ ହୋଇ ସକାଳ ୯ଟା ସୁଦ୍ଧା ଶେଷ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ପଣା ଓ ପ୍ରସାଦ ସେବନ କରିଥିଲେ । ପୂଜା କାର୍ଯ୍ୟରେ କମିଟିର ସଭାପତି ଘନଶ୍ୟାମ ସା, ସଂପାଦକ ମଧୁସୂଦନ ସାମଲ, ଦେବେନ୍ଦ୍ରନାଥ ସାହୁ, ବିଦ୍ୟାଧର ଲେଙ୍କା, କ୍ଷୀରୋଦ ରାଉଳ, ସଂଗ୍ରାମ କେଶରୀ ଜେନାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।