ନିର୍ମାଣ ଶ୍ରମିକ ସହାୟତା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ଘ ୪.୩୦ ଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା ଯୋଜନା ଅନ୍ତର୍ଗତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମୋଟ ୩୭୫ ଜଣ ହିତାଧିକାରୀଙ୍କୁ ଡ଼ିବିଟି ମାଧ୍ୟମରେ ୭୯,୮୫,୨୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି I ଏହି ଅବସରରେ ପଚାଶରୁ ଉର୍ଦ୍ଧ୍ବ ଶ୍ରମିକମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଠାରୁ ଚେକ ମାଧ୍ୟମରେ ନିଜର ସହାୟତା ରାଶି ଗ୍ରହଣ କରିଥିଲେ I ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶିବ ନାରାୟଣ ସାହୁ (ପ୍ରବର୍ତ୍ତନ), ଜିଲ୍ଲା ଶ୍ରମ ଅଧିକାରୀ (ମଙ୍ଗଳ) ଶ୍ରୀ ଦୀପ୍ତି ରଞ୍ଜନ ସାହୁ, ଜିଲ୍ଲାର ସମସ୍ତ ସହକାରୀ ଶ୍ରମ ଅଧିକାରୀ ଓ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ନିର୍ମାଣ ଶ୍ରମିକ ସହାୟତା ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିଥିଲେ I ଏହି ଯୋଜନାରେ ଶିକ୍ଷା ସହାୟତା ଅନ୍ତର୍ଗତ ୨୯୨ ଜଣ (ମୋଟ ୩,୬୫,୨୦୦ ଟଙ୍କା), ବିବାହ ସହାୟତା ଅନ୍ତର୍ଗତ ୨୫ ଜଣ (ମୋଟ ୧୨,୫୦,୦୦୦ ଟଙ୍କା), ମୃତ୍ୟୁକାଳୀନ ସହାୟତା ଅନ୍ତର୍ଗତ ୧୭ ଜଣ ମୋଟ (୩୪,୦୦,୦୦୦ ଟଙ୍କା), ଅନ୍ତ୍ୟେଷ୍ଟି ସହାୟତା ଅନ୍ତର୍ଗତ ୧୨ ଜଣ (ମୋଟ ୬୦,୦୦୦ ଟଙ୍କା) ଓ ପ୍ରଶୁତି କାଳୀନ ଅନ୍ତର୍ଗତ ୧୧ ଜଣ (ମୋଟ ୧,୧୦,୦୦୦ ଟଙ୍କା) ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା I ଏଠାରେ ସୂଚନା ଥାଉ କି, ଜିଲ୍ଲା ଶ୍ରମାଧିକରୀ (ମଙ୍ଗଳ) ଶ୍ରୀ ଦୀପ୍ତି ରଞ୍ଜନ ସାହୁ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଭା କାର୍ଯ୍ୟରେ ସହାୟତା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ