ନିୟତ୍ତିର ଖେଳ
ଏକମାତ୍ର ପୁତ୍ରର ଅଧୋଗତିରେ ବାପା ନବଘନ ମାଷ୍ଟ୍ରଙ୍କୁ ନିଦ ଆସୁଥିଲା କି ନାହିଁ କିନ୍ତୁ ମାଆ ଶୋଇପାରୁନଥିଲେ. କେତେ ଦିଅଁ ଦେବତା କରି ପୁଅଟିଏ ପାଇ କେତେ ଜାଚଜ୍ଞା କରୁ କରୁ ଆଉ କୋଉଠି କଣ ବାକି ରହିଗଲା କି ବୋଲି ଭାବି କାନ୍ଦୁଥିଲେ. ନବଘନ ବାବୁ କହୁଥିଲେ ତାରି ପାଇଁ ତ ଓଭର ଡିଉଟି ଭଳି ରାତିଦିନ ଗଧ ପରି ଖଟୁଛି. ଟଙ୍କା ପଇସା ହାତରେ ହେଲେ ପୁଅଟାକୁ ଇଞ୍ଜିନିଅର କି ଡାକ୍ତର କରିବାକୁ ମୁଁ କଣ ହେଳା କରିଛି ଯେ ତୁମେ କାନ୍ଦୁଛ? କାନ୍ଦିବିନି କେମିତି କହିଲ? ଗୋଟିଏ ବୋଲି ପୁଅ ଆମର. କେତେ କଷ୍ଟ କରି ତାକୁ ଏଡ଼େରୁ ଏଡୁଟିଏ କରିଥିଲି କଣ କିଛି ଭୋଗ, ଜାଚଜ୍ଞା ବା ପୂଜାବିଧି ଛାଡିଯାଇଛିକି ବୋଲି କାନ୍ଦ ଲାଗୁଛି କିନ୍ତୁ ଅଚିରେ ସେ କାନ୍ଦ ବନ୍ଦ ହୋଇଗଲା ମାଆ ମିନତିଙ୍କର ଯେବେ ପୁଅ ରାତି ବାରଟାରେ ଫେରି ମାଆ ହାତରନ୍ଧା ଖାଇବା ବଦଳରେ ମାଆ ହାତଖର୍ଚ ଛଡେଇ ନଉ ନଉ ବାପାଙ୍କୁ ଦେଖାଇ ଶିଖାଇ ମାଆଙ୍କୁ ଉତ୍ତର ଦେଉଥିଲା କଣ କରିଛ ମୋ ପାଇଁ ଏଯାଏଁ ତୁମେ ବାପ ମାଆ ହିସାବରେ କୁହ?ଆଜିର ଅପଟୁଡେଟ ଯୁଗରେ ମୋର କିଛି ସ୍ବାଧୀନତା ଅଛି ନା ନାହିଁ!ଖାଲି ସ୍ମାର୍ଟ ଫୋନଟିଏ ଦେଇଦେଇ ସବୁ ଦେଇଦେଇଛ ବୋଲି ସବୁ ଦେଇଦେଇଛ ବୋଲି ଭାବନି.ଅନ୍ୟ ସାଙ୍ଗମାନେ ପାର୍ଟି ଦେଲାବେଳେ ମତେ ଲାଜ ମାଡ଼ୁଛି ଯେ ମୁଁ ଗରୀବ ବାପା ମାଆଙ୍କ ପୁଅ. ମାଆ ଏଯାଏଁ ପୁଅର ଦୌରାତ୍ମ୍ୟ ସହ୍ୟ କରୁଥିଲେ ନବମହାଗ୍ରହ ପୂଜା କରି ଓପାସ ବ୍ରତ ରଖୁଥିଲେ ପୁଅର ମଙ୍ଗଳ ଓ ବାଟକୁ ଆସିବା ପାଇଁ କିନ୍ତୁ ନିଜ ବାପାଙ୍କୁ ମୁହେଁ ମୁହେଁ ଜବାବ ଦେଲା ଦିନ ମାଆ ମିନତି ପଛେଇ ନଥିଲେ କହିବାକୁ କଣ ତୋର ଅଭାବ ରଖିଛନ୍ତି ବାପା ଯେ ତୁ ତାଙ୍କୁ ଗରୀବ କହୁଛୁ!ଆରେ ମୁଁ ନିଜ ଆଖିରେ ଦେଖିଛି ବୋହୁ ହୋଇ ଆସିଲା ପରେ ବି ତୋ ବାପାଙ୍କର ତାଙ୍କ ପିତା ମାତାଙ୍କ ଉପରେ ଥିବା ଭକ୍ତି. ନିଜେ ଭଲ ନପିନ୍ଧି ନଖାଇ ବାପା ମାଆଙ୍କ ଦୁଃଖ ସୁଖରେ ସାହାରା ହୋଇ ଭଉଣୀମାନଙ୍କୁ ବିବାହ ଦେଇଛନ୍ତି. ମୋ ବାପା ମତେ କେତେ କଷ୍ଟରେ ପାଠ ପଢ଼ାଇଛନ୍ତି ମୂଲ ଲାଗି କହନ୍ତି ସବୁବେଳେ . ଚୂଡ଼ା ମୁଢି ଖାଇ ତତେ ପିଜା ବର୍ଗର ଖୁଆଇବାର ଫଳ କଣ ଏଇୟା! କଣ ନା ପାର୍ଟି. ଆରେ ପାର୍ଟି କରନ୍ତି ସେହି ନାରରାକ୍ଷାସ ପରି ଅନ୍ୟର ରକ୍ତ ଶୋଷି କଞ୍ଚା ପଇସା ଉପାର୍ଜ୍ଜନ କରୁଥିବା ଅଧମ ପିତାର ସନ୍ତାନମାନେ. ଲୋକେ ଆଜିବି ଖାଇବାକୁ ପାଉନାହାଁନ୍ତି. ଜାନି,ଜାତ, ମେଳା, ମଉଛବ ଇତ୍ୟାଡ଼ିରେ ଗୋଟେ ଟଙ୍କା ଖରଚ କରିବାକୁ ପାଉନାହାଁନ୍ତି କିନ୍ତୁ ବାପା ମାଆଙ୍କୁ ନିନ୍ଦା କରିବା ଶିଖି ନାହାଁନ୍ତି. ସେଥିରେ ପୁଣି ତୋର ଭାଲେଣ୍ଟାଇନ ସପ୍ତାହ ପାଳନ କରିବା ଦରକାର. କୋଉ ଝିଅ ସାଙ୍ଗକୁ ଫୋନ ଦେବା ଦରକାର, ବାପା କଣ ଗଧ ଖଟଣି କରି ଟଙ୍କା କମେଇଛନ୍ତି ତୋ ସଉକ ପାଇଁ!ସେଇଥି ପାଇଁ କଥାରେ ଅଛି ପୁଅ ଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି.. ପୁଅ ଅଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି. ରାତି ଦିନ ପରିଶ୍ରମ କରି ବାପା ଟ୍ୟୁସନ କରି ତତେ ଇଞ୍ଜିନିଅର କି ଡାକ୍ତର କରିବା ସ୍ବପ୍ନ ଦେଖିଲା ବେଳେ ତୁ ଶେଷକୁ କୋଉ ନବଗ୍ରହକୂଟ କୋପରେ ଘୋଡ଼ାମୁହାଁ ପୁଅ ଜନ୍ମ ହେଲୁ କେଜାଣି ଯିଏ ଦୁଃଖର ସୁଖର ହେବା ବଦଳରେ ଜୁଆ ଖେଳିବା, ଚରସ ଖାଇବା, ମଉଜ ମସ୍ତି କରି ଫୋନ ଧରି ଡନ ସାଜିବାକୁ ବାପାଙ୍କ ଝାଳ ବୁହା ଧନ ଚାହେଁ. ମାଆଙ୍କର ଏତିକି କଥାରେ ପୁଅ ବାଟକୁ ଫେରିବ କଣ ବରଂ ଏଣିକି ଯାହା ରାତି ବାରଟାରେ ଫେରୁଥିଲା ସାରା ରାତି ବାହାରେ କଟେଇ ଡନରୁ ମହାଡନ ସାଜିଥିଲା ବୋଲି ଶୁଣିବାକୁ ମିଳୁଥିଲା ତ ସେଦିନ ଝଡ଼ ପରି ଘରେ ପଶି ମାଆ ବେକରୁ ସୁନାହାର ଝିଙ୍କି ଚମ୍ପଟ ମାରିଲା.
ଧାର ଧାର ବହୁଥିବା ରୁଧିର ଜର୍ଜ୍ଜରିତ ସ୍ତ୍ରୀ ମିନତିଙ୍କୁ ହସ୍ପିଟାଲ ନେବା ପୂର୍ବରୁ ପ୍ରାଣବାୟୁ ଉଡିଯାଇଥିଲା ମିନତିଙ୍କର କିନ୍ତୁ ସ୍ୱାମୀଙ୍କ ମୁହଁରୁ ପୁଅ ପ୍ରତି ମରିଯାଆନ୍ତାକି ସେ ଟୋକା କେଇପଦକୁ ହାତ ଦେଇ ରୋକି ଦେଇ ମିନତି କହିଲେ ପିତା ମାତା ହୋଇ କିଏ କଣ ପୁତ୍ରର ମୃତ୍ୟୁ ଚାହେଁ! ଅବିକଳ୍ପ ପରିସ୍ଥିତି ଆଜି ତୁମକୁ ଏମିତି କହିବାକୁ ସାହସ ଦେଇଛି ସତ ହେଲେ ମୋ ପୁଅର ଦଶ ଦୋଷ କ୍ଷମା କରିଦେବ କହି ଆଖି ବୁଜିଲେ ମିନତି. ବାୟା ବାତୁଳ ପ୍ରାୟ ନବଘନ ପୁଅର ଖୋଜ ଖବର ନେଲେ କିନ୍ତୁ ତା ଦେଖା ପରିବର୍ତ୍ତେ ସମାଜ ପୃଷ୍ଠା ମାନଙ୍କରେ ଏତେ ବଡ଼ ବଡ଼ ଅକ୍ଷରରେ ତା ନାମରେ ଅଭିଯୋଗ ଥିଲା. ପାଖ ଗାଁର ମାନସିକ ଭାରସାମ୍ୟ ହରାଇଥିବା ପିତାଙ୍କର ଏକମାତ୍ର କନ୍ୟାକୁ ସାତମାସର ଗର୍ଭବତୀ କରି ଫେରାର ଥିବା ପୁଅ ମାନସକୁ ପୋଲିସ ଖୋଜୁଛି. ପାଗଳ ପ୍ରାୟ ନବଘନ ବାବୁ ସ୍ତ୍ରୀଙ୍କ ଦଶାହ କର୍ମ ପରେ ମଶାଣୀରେ ବୁଲୁଥିଲେ. ମାନସିକ ଭାରସାମ୍ୟ ହରାଇଥିବା ପିତାଙ୍କ କନ୍ୟା କଥା ଭାବି ଗାଁ ମଶାଣୀରେ ସ୍ତ୍ରୀଙ୍କ ଜୁଇରେ କାନ୍ଦୁଥିବା ନବଘନ ବାବୁ ଦେଖିଲେ ପାଖ ଓସ୍ତ ଗଛରେ କେହି କନ୍ୟା ଜଣେ ଘୋର ଅନ୍ଧାର ଭିତରେ ରଶି ଲଗେଇବାକୁ ଉଦ୍ୟତ. ପ୍ରାଣପଣେ ଚେଷ୍ଟା କରି ତାକୁ ଉଦ୍ଧାର କରିସାରିବା ପରେ ନବଘନବାବୁ ଜାଣିଥିଲେ ଏ ଝିଅ ସେହି ଝିଅ ମାଳ, ଯାହାକୁ ସାଙ୍ଗମାନଙ୍କ ସହ ଗଣଧର୍ଷଣ କରିଥିବା ମୁଖ୍ୟ ଆସାମୀ ତାଙ୍କ ପୁତ୍ରମଣି ମାନସ . ସେ ପୋଲିସ ହାତରେ ଧରା ପଡିଛି ସତ . ଆପୋଷ ଆଲୋଚନାରେ ମାଳକୁ ସ୍ତ୍ରୀର ମର୍ଯ୍ୟଦା ଦେଇଥିଲେ ଫାଶୀ ପରି ସଂଗୀନ ଆରୋପ ଦଫା ରଫା ହୋଇଯାଇଥାନ୍ତା କିନ୍ତୁ ସେ ପ୍ରସ୍ତାବକୁ ମାନସ ଆଗ୍ରାହ୍ୟ କରିବା ପରେ ମାଳ ବାଧ୍ୟ ହୋଇ ବେକରେ ରଶି ଲଗାଇବାକୁ ଏତେ ରାତିରେ ନିର୍ଭୟରେ ଦୁଇ ଗାଁ ମଝିରେ ଥିବା ଏକୋଇ ମଶାଣୀରେ ଜୀଵନ ହାରିବା ଛଡା ଆଉ ତା ପାଖରେ ଉପାୟ କଣ! ଉପାୟ ଅଛି ଝିଅ. ସେହି ହତଭାଗ୍ୟ ପିତା ମୁଁ ମାନସର ବାପା ଯାହାକୁ ତାଙ୍କ ପ୍ରିୟତ୍ତମା ପତ୍ନୀ ପୁତ୍ରର ଦଶ ଦୋଷ କରିବା ପାଇଁ ଚୁକ୍ତିବଦ୍ଧ କରାଇ ଏଇ ମଶାଣୀର ଯୁଇରେ ଆଜିବି ପୁତ୍ର ମୋହରେ କାନ୍ଦୁଛନ୍ତି.ତାଙ୍କୁ କେମିତି ନିରାଶ କରିବି ମୁଁ ଝିଅ ତା ଛଡା ତୋ ବାପା ବଞ୍ଚିବେ କେମିତି?
ତା ଆରଦିନ କୋର୍ଟର ଶେଷ ଦିନ. କିଛି ପ୍ରମାଣ ନାହିଁ ଦୋଷମୁକ୍ତ ହୋଇ ମାନସ ଖଲାସ ହେବ. ଫାସୀ ନିଶ୍ଚିନ୍ତ. ଏତିକି ବେଳେ ନବଘନ ବାବୁ ମାଳ ବେକରେ ଫୁଲମାଳ ପିନ୍ଧେଇ ପହଁଚିଲେ କୋର୍ଟ ପରିସରରେ. ସର୍ବସମ୍ମୁଖରେ କହିଲେ ମୋ ପୁଅ ଦୋଷୀ ନୁହେଁ ଦୋଷୀ ମୁଁ. ମାଳ ପେଟରେ ବଢୁଥିବା ପିଲାର ବାପା ମୁଁ ନିଜେ.ସେଇଥି ପାଇଁ ମୋ ସ୍ତ୍ରୀ ମତେ ଛାଡି ଆରପାରିକୁ ଚାଲିଗଲେ.ସ୍ତବ୍ଧ କୋର୍ଟ ପରିସର ଓ ସ୍ତବ୍ଧ ଚକିତ ନିଜେ ମାନସ. ତା ଆଖି ଆଗରେ ସେଦିନ ମାଆ ବେକରୁ ହାର ଛିଡେଇ ମାଆଙ୍କୁ ରକ୍ତ ଜର୍ଜ୍ଜରିତ କରିବା ଦୃଶ୍ୟ ଆଜି ବି ତା ମାନସପଟରେ ଓ ନିଜ ମନ ଜାଣେ ମାଳର ଏ ଅବସ୍ଥା ପାଇଁ ସେ ହିଁ ରାତି ରାତି ଧରି ଗଣଧର୍ଷଣର ମୁଖ୍ୟନାୟକ.ତେବେ ବାପା କଣ ପାଇଁ ମିଛ କହୁଛନ୍ତି ବୁଝିବାକୁ ତାକୁ ବାକି ନଥିଲା. ପୁତ୍ର ଫାଶୀ ପାଇବାରୁ ମୁକ୍ତ ହେଲାପରେ ମାଳ ମୁଣ୍ଡରେ ମାନସ ସିନ୍ଦୁର ଦେବ ଏହା ନବଘନଙ୍କ ସ୍ବପ୍ନ ଭାବନା ବାହାରେ ଥିଲା. ଯା ହେଉ ମିନତିଙ୍କ ଚୁକ୍ତିନାମା ପାଇଁ ଦୁଇ ପରିବାର ନବମହାଗ୍ରହକୋପରୁ ରକ୍ଷା ପାଇଯାଇଥିଲେ.ସବୁଠୁ ଖୁସି ଥିଲେ ନବଘନ ପୁଅ ଯେବେ ଫୋନ ଆସିଲେ ଉଠାଉନଥିଲା ଏବଂ ସବୁ ଫୋନଗୁଡିକ ଅଚଳ ହୋଇ ଖତ ଖାଉଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ