ନୂଆଦିଲ୍ଲୀରେ ଗୌରବାନ୍ୱିତ ଡକ୍ଟର ସ୍ଥିତଧୀ ରଥଙ୍କ ଚିତ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ନୂଆଦିଲ୍ଲୀରେ ଧୂମଧାମରେ ପାଳନ କରାଯାଇଛି । ଏହି ଅବସରରେ ଓଡିଶାର ୧୫ ଜଣ ପ୍ରଖ୍ୟାତ ଚିତ୍ରକରଙ୍କୁ ନେଇ ଏକ ରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଶିବିର ଦିଲ୍ଲୀ ଲଳିତ କଳା ଏକାଡେ଼ମୀ ଠାରେ ନଭେମ୍ବର ୧୩ ରୁ ୨୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରର ଖ୍ୟାତନାମା ଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ ଏହି ଚିତ୍ରଶିଳ୍ପୀ ଶିବିରପାଇଁ ନିମନ୍ତ୍ରିତ ହୋଇଛନ୍ତି । ଏହି ପ୍ରଦର୍ଶନୀକୁ ନୂଆ ଦିଲ୍ଲୀ ସ୍ଥିତ ଵିଜ୍ଞାନ ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ନଭେମ୍ବର ୨୧ ତାରିଖ ଦିନ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖବତ୍ତ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଅତିଥି ଭାବେ ଯୋଗ ଦେଇଥିଲେ । ଚିତ୍ରଶିଳ୍ପୀ ଡକ୍ଟର ରଥଙ୍କ ଦ୍ଵାରା ମହତାବଙ୍କ ଜୀବନଶୈଳୀ ଉପରେ ଅଙ୍କିତ ଚିତ୍ର “ଉତ୍କଳର କେଶରୀ” ଶ୍ରେଷ୍ଠ ଆକର୍ଷଣୀୟ ଚିତ୍ର ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ , ସାଂସଦ ଭର୍ତ୍ତୃହରି ମହତାବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିତ୍ରର ଉଚ୍ଚ ପ୍ରଶଂସା କରିବା ପୂର୍ବକ ଡକ୍ଟର ସ୍ଥିତଧୀ ରଥଙ୍କୁ ସମ୍ମାନିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶୀଖାଵତ ପୁଷ୍ପ ପ୍ରଦାନ ପୂର୍ବକ ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ