ନୂଆବର୍ଷ ରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜମନକିରା (ଲିପନ ନାଏକ):କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ମହୁଲପାଲି ଥାନା ଅନ୍ତର୍ଗତ କୁନ୍ତରା ଗ୍ରାମର ଜଣେ ୭୫ ବର୍ଷିୟ ବ୍ୟକ୍ତି ସାହେବ ବାଦୀ ଆନିମିଆ ରୋଗରେ ଆକ୍ରାନ୍ତ ହୋଇ ଡିସେମ୍ବର ୩୦ ତାରିଖ ଠାରୁ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏସ୍ ଦୋରା ରୋଗୀଙ୍କୁ ରକ୍ତ ଦେବା ପାଇଁ ତାଙ୍କ ଅଭିଭାବକଙ୍କୁ କହିଥିଲେ। କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ରକ୍ତଭଣ୍ଡାରରେ A+ ରକ୍ତ ନଥିଲା। ଏଥିପାଇଁ ରୋଗୀଙ୍କ ପରିବାର ନିରାଶ ହୋଇଥିଲେ। ଠିକ୍ ଏହି ସମୟରେ ସେଠାକୁ ଜମନକିରା ୧୦୮ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଛାଡ଼ିବା ପାଇଁ ଆସିଥିଲା । ଜଣେ ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ଖବର ପାଇ ଜମନକିରା ଡାକ୍ତରଖାନା ରେ ଥିବା ୧୦୮ ଆମ୍ବୁଲାନ୍ସର ହେଲପର ସଂଜୀବ ନାଏକ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଏଠାରେ ପ୍ରକାଶ ଥାଉ କି ଆଗରୁ ଅନେକ ସମୟରେ ସୂଚନା ପାଇବାମାତ୍ରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ରକ୍ତଦାନ କରିବାକୁ ହେବ ଆଗେଇ ଆସୁଛନ୍ତି। ଜାନୁଆରୀ ୦୧/୨୫ ତାରିଖ ନୂତନ ବର୍ଷ ସମୟ ସକାଳ ୧୦:୩୦ ସମୟରେଚାରିଆଡେ ଲୋକେ ନିଜ ନିଜ ଭୋଜିରେ ବ୍ୟସ୍ତ ରହି ମଉଜ ମଜଲିସ କରୁ ଥିବା ବେଳେ, ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ନିଷ୍ଠା ସହିତ କରି ରକ୍ତଦାନ ଭଳି ମହତ କାର୍ଯ୍ୟ କରି ନୂଆବର୍ଷ ପାଳନ କରୁଛନ୍ତି। ଏଭଳି ମହତ୍ କାର୍ଯ୍ୟକୁ ଡାକ୍ତରଖାନା କର୍ତ୍ତୃପକ୍ଷ ସହିତ ବିଭିନ୍ନ ସଚେତନ ମହଲରେ ପ୍ରଶଂସା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ