ନୂଆରମ୍ପାସ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅନ୍ତର୍ଗତ ନୂଆରମ୍ପାସ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ର ଛାତ୍ରୀଙ୍କୁ ନୂତନ ପୋଷାକ ବିତରଣ କରାଯାଇଛି। ନୂଆରମ୍ପାସ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷକ କାର୍ତ୍ତିକ ରାଉଳ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବିଦ୍ୟାଳୟର ୭୦ ଜଣ ଛାତ୍ର ଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ନୂତନ ପୋଷାକ ବିତରଣ କରାଯାଇଛି। ଏହି ଅବସରରେ ବଡ଼ରମ୍ପାସ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର ଯେନା , ସମିତି ସଭ୍ୟ ବାବନ ଚରଣ ସେଠୀ , ସତ୍ୟଭୂଷଣ ସାହୁ ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ମଧୁସୂଦନ ରାଉତ , ସୁଶାନ୍ତ କୁମାର ସେନାପତି , ଅଭୟ କୁମାର ସେନାପତି , ଶେଷଦେବ ସାହୁ, ମହେଶ୍ବର ସ୍ୱତାର, ଅଲେଖ ପାତ୍ର, ମହେଶ୍ୱର ସୁତାର , ଅଲେଖ ପାତ୍ରଙ୍କ ସମେତ ଅନେକ ଗ୍ରାମବାସୀ ଓ ଅଭିଭାବକ ମାନେ ଉକ୍ତ କାର୍ଯ୍ୟରେ ଯୋଗଦେଇ ଥିଲେ ।