ନୂତନ ବର୍ଷ ପାଳିଲେ ମାଲକାନଗିରି ଓ ଏସ ଆର ଟି ସି କର୍ମଚାରୀ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ନୂତନ ବର୍ଷରେ ଯୁବ ପିଢୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକେ ବିଭିନ୍ନ ପ୍ରକାରରେ ଏହାକୁ ଆନନ୍ଦ ଓ ଉତ୍ସାହ ସହ ପାଳନ କରୁଥିବା ବେଳେ, ମାଲକାନଗିରି ଓଏସଆରଟିସି କର୍ମଚାରୀମାନେ ଏକ ଅଲଗା ଉଦ୍ୟମ କରି ନୂଆ ବର୍ଷରେ ସମାଜକୁ ଦେଇଛନ୍ତି ସ୍ବଚ୍ଛତାର ବାର୍ତ୍ତା। ମାଲକାନଗିରି ବସ୍ ଷ୍ଟାଣ୍ଡ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନର ଅଂଶ ହୋଇ କର୍ମଚାରୀମାନେ ଆଜି ସଫା ସୁତରା କାର୍ଯ୍ୟ ଚାଲାଇଥିଲେ। ଏହି କାର୍ଯ୍ୟର ମାଧ୍ୟମରେ ସେମାନେ ବସ୍ ଷ୍ଟାଣ୍ଡ ପରିସରକୁ କେବଳ ସ୍ୱଚ୍ଛ କରିବା ନୁହେଁ, ବରଂ ସ୍ୱଚ୍ଛତାର ମାହାତ୍ମ୍ୟ ବିଷୟରେ ସାରା ସମାଜରେ ଜନଚେତନା ସୃଷ୍ଟି କରିବା ଉଦ୍ୟେଶ୍ୟ ରଖିଥିଲେ। ଏଥି ସହିତ, ବସ୍ ଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ଦୋକାନମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରିବାକୁ ଏବଂ ଆବର୍ଜନାକୁ ଏଣେ ତେଣେ ନପକାଇବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିବହନ ପରିଚାଳକ ଗୁରୁଦତ୍ତ ଦୋରା, ଜିଲ୍ଲା ପରିବହନ ପରିଚାଳକ (ଡିପୋ) ଅରୋଶ୍ରୀ ସାହୁ, ସହାୟକ ପରିଚାଳକ ନିଖିଲ ଓଝା, ଜିଲ୍ଲା ପରିବହନ ବିଭାଗର ଟ୍ରାଫିକ୍ ଇନ୍ସପେକ୍ଟର ଦୀପକ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ