ନୂତନ ମତଦାତାଙ୍କୁ ସଚେତନ କରିବା ଲାଗି ଗଡ଼ିଲା ସଚେତନତା ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ଅଠର ବର୍ଷର କିଶୋର କିଶୋରୀ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ଓ ଭୋଟ ପରିଚୟପତ୍ରରେ ଥିବା ତ୍ରୁଟିଗୁଡିକୁ ସଂଶୋଧନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ବାଲେଶ୍ଵର ସହର ଓ ଆଖପାଖ ପଞ୍ଚାୟତରେ ଗଡ଼ିବା ଆରମ୍ଭ କରିଛି Iବାଲେଶ୍ୱର କଲେକ୍ଟୋରେଟ୍ ଠାରେ ଅପରାହ୍ନ ଘ. ୨ ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ରଥକୁ ପତାକା ଦେଖାଇ ଗଡିବାକୁ ଅନୁମତି ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ରାଇମତ ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସମେତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ I