ନୂତନ ରେସନକାର୍ଡ ପ୍ରଦାନରେ ବ୍ୟାପକ ଅନିମିତତା ଅଭିଯୋଗ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକର ପୋଡାପଦର ଓ ବଡ଼ମାଧପୁର ପଚାଂୟତରେ ଇ-ଶ୍ରମ କାର୍ଡ ପଞ୍ଜିକୃତ ବହୁ ଗରିବ ଶ୍ରେଣୀର ଲୋକମାନେ ରେସନକାର୍ଡରୁ ବଚିଂତ ହୋଇଥିବା ବେଳେ ବହୁ ଧନିକ ଓ ଅଯୋଗ୍ୟଙ୍କୁ ମିଳିଛି ନୂତନ ରେସନକାର୍ଡ । ଏନେଇ ଏହି ଦୁଇ ପଚାଂୟତର ଯୋଗ୍ୟ ହିତାଧିକାରୀ ମାନେ ବ୍ଲକ ପ୍ରଶାସନ ପରେ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ କହିବା ମୁତାବକ ବଡମାଧପୁର ପଚାଂୟତରେ ୧୨୯ ଜଣ ଇ-ଶ୍ରମ କାର୍ଡ ପୋଟ୍ରାଲରେ ରେସନକାର୍ଡ ପାଇଁ ଆବେଦନ କରିଥିବା ବେଳେ ସେଥିୁ ୫୪ ଜଣ ପାଇଛନ୍ତି । ଠିକ ସେହିପରି ପୋଡାପଦର ପଚାଂୟତରେ ମଧ୍ୟ ୧୩୦ ଜଣ ଆବେଦନ କରିଥିବା ବେଳେ ୭୩ ଜଣ ପାଇଛନ୍ତି । ଯେଉଁମାନେ ପାଇଛନ୍ତି ସେଥିରୁ କିଛି ଧନିକ ଶ୍ରେଣୀ ଏବଂ ସେମାନେ ଅଯୋଗ୍ୟ ଥାଇବି କିପରି ସେମାନେ ପାଇଲେ ଏବଂ ବହୁ ଯୋଗ୍ୟ ହିତାଧିକାରୀ ଯାହାଫଳରେ ବହୁ ଯୋଗ୍ୟ ହିତାଧିକାରୀ ଇ-ଶ୍ରମ କାର୍ଡରେ ପଞ୍ଜିକୃତ ଥାଇକି ବି କେଉଁ ଆଧାରରେ ସେମାନେ ବଚିଂତ ହୋଇଛନ୍ତି ବୋଲି କହିଥିଲେ । ସଠିକ ତଦନ୍ତ ନହୋଇ ବ୍ଲକ ପ୍ରଶାସନ ମନାଇଛ ପ୍ରଦାନ କରିଛନ୍ତି । ତେଣୁ ଯେଉଁମାନେ ଯୋଗ୍ୟ ହିତାଧିକାରୀ ବାଦପଡିଛନ୍ତି ତୁରନ୍ତ ସେମାନଙ୍କୁ ପ୍ରଦାନ କରିବା ନିମନ୍ତେ ଦାବୀ ହୋଇଛି । ଏପରିକି କିଛି ଦିନ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପାତର ଅନ୍ତର କରାଯାଇଥିବା ନେଇ ବ୍ଲକର ରେସନ ବିଭାଗକୁ ଘେରାଉ କରିଥିଲେ ଜନପ୍ରତିନିଧି ଓ ହିତାଧିକାରୀ । ପୂର୍ବରୁ ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାଶ ଓ ପୂର୍ବତନ ଜିଲାପରିଷଦ ସଭ୍ୟ ମୁନା ଦାଶ ଇ-ଶ୍ରମ କାର୍ଡ ପଞ୍ଜିକୃତ ଥିବା ଦାଦନ ଶ୍ରମିକଙ୍କୁ ରାସନ କାର୍ଡ ଯୋଡିବା ପାଇଁ ଏକ ସ୍ମାରକପତ୍ର ମଧ୍ୟମରେ ଜିଲାପାଳଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ