ନେତାଜୀ ଜୟନ୍ତୀ ପାଳିତ
ନିମାପଡ଼ା (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ଆଜି ନେତାଜୀ ଜୟନ୍ତୀ ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ପାଳିତ ହୋଇଥିଲା। ଏହି ଉତ୍ସବ ରେ ସାହିତ୍ୟ ସଂସଦ ସଭାପତି ପ୍ରଫେସର ଗୋପୀନାଥ କର, ସଂପାଦକ ଡ଼ଃ. ସନ୍ତୋଷ ମିତ୍ର,ତୁଳସୀପୁର ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ, ପ୍ରାଧ୍ୟାପକ ପଞ୍ଚାନନ ସାହୁ, ଅଧ୍ୟକ୍ଷ ନିରୋଦ କୁମାର ତ୍ରିପାଠୀ, ଗଙ୍ଗାଧର କର ପ୍ରମୁଖ ଯୋଗ ଦେଇ ନେତାଜୀ ଙ୍କ ସ୍ମୃତି ଚାରଣ କରିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।