ନୋଡାଲ ପ୍ରେରଣା କେନ୍ଦ୍ରର ଶୁଭାରମ୍ଭ
ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ମାଳ ପଂଚାୟତରେ ପଂଚାୟତ ସ୍ତରୀୟ ସଂଘ ନୋଡାଲ ପ୍ରେରଣା କେନ୍ଦ୍ରର ଶୁଭଆରମ୍ଭ ହୋଇଯାଇଛି l ସମସ୍ତ ୨୧ ଗୋଟି ପଞ୍ଚାୟତ ସ୍ତରୀୟ ସଂଘ କାର୍ଯ୍ୟାଳୟରେ ପ୍ରେରଣା କେନ୍ଦ୍ର ଚାଲୁରହିଥିବା ବେଳେ ବଡ଼ମାଳ ରେ ପ୍ରେରଣା କେନ୍ଦ୍ରକୁ ନୋଡାଲ ପ୍ରେରଣା କେନ୍ଦ୍ର ଭାବରେ ଆଜି ଏହାର ଶୁଭଆରମ୍ଭ କରାଗଲା l ଉକ୍ତ ନୋଡାଲ ପ୍ରେରଣା କେନ୍ଦ୍ରରେ ମହିଳା ମାନଙ୍କର ବିଭିନ୍ନ ସମସ୍ୟା ଅଧିକାର ଓ ସୁରକ୍ଷା ଦିଗରେ କାର୍ଯ୍ୟ କରାଯିବ l ଆଜିକାର ଏହି ନୋଡାଲ ପ୍ରେରଣା କେନ୍ଦ୍ର କାର୍ଯ୍ୟକ୍ରମରେ ଜମନକିରା ବି ଡି ଓ ରବୀନ୍ଦ୍ର ସେଠି ଯୋଗଦେଇ ପ୍ରେରଣା କେନ୍ଦ୍ର ଉପରେ ଉଦବୋଧନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜିକା ପ୍ରିୟଙ୍କା ସିଂ, ବଡ଼ମାଳ ସରପଞ୍ଚ ନରେଶ କୁମାର ନାଏକ,ସମିତି ସଭ୍ୟା ଜେମାଦେଇ ମାଝୀ,ଏପିଓ ମନୋଜ ଭୋଇ ପ୍ରମୁଖ ଯୋଗଦେଇ ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ l ଓଡିଶା ଜୀବିକା ମିଶନ ମାଧ୍ୟମରେ ନୋଡାଲ ପ୍ରେରଣା କେନ୍ଦ୍ର ପ୍ରତ୍ୟୋକ ବ୍ଲକ ଓ ଜିଲ୍ଲାର କାର୍ଯ୍ୟ କରିବ l ଜମନକିରା ଓଡିଶା ଜୀବିକା ମିଶନ ର ୨୧ ଟି ପଞ୍ଚାୟତ ରେ ପ୍ରେରଣା ଦିଦି ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ଓଡିଶା ଜୀବିକା ମିଶନ କର୍ମଚାରୀ ସରୋଜ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅକ୍ଷୟ ଟପ୍ପୋ ଓ ହୀରାମଣି ଦେହୁରୀ ସହଯୋଗ କରିଥିଲେ l