ପଞ୍ଚମ ପଞ୍ଚାୟତ ସମିତି ବୈଠକ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ବ୍ଲକ ପରିସର ମଧ୍ୟରେ ଥିବା ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଈଯାଈଛି। ଏହି ବୈଠକରେ ପ୍ରଥମେ ପୂର୍ବ ବୈଠକ ର ବିବରଣୀ ପଠନ କରାଯାଇଥିଲା ଏବଂ ଦୃଢୀକରଣ କରାଯାଇଥିଲା। ପଞ୍ଚାୟତ ସମିତିର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ସୁଧସ୍ମିତା ପଟ୍ଟନାୟକ, ମାନ୍ୟବର ଆସିକା ସାଂସଦ ଙ୍କ ପ୍ରତିନିଧି ଶିଶିର କୁମାର ମିଶ୍ର,ହିଞ୍ଜିଳି ବିଧାୟକ ଙ୍କ ଶେରଗଡ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ ଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ ସଭ୍ୟା ଏବଂ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଯୋଗ ଦେଈଥିବା ବେଳେ ବିଡ଼ିଓ ଶିବାଶିଷ ବରାଳ ଉକ୍ତ ବୈଠକ ପରିଚାଳନା କରିଥିଲେ। ଏହି ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳଯୋଗାଣ ଆଦି ରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ରେ ଅଭାବୀ ଡାକ୍ତର,ମେଡ଼ିକାଲ ଚତୁଃପାଶ୍ୱର୍ରେ ଆଲୋକୀକରଣ ଏବଂ ମେଡ଼ିକାଲ ପରିସରରେ ଥିବା ବିଭିନ୍ନ ସମସ୍ୟା କୁ ନେଇ 56 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ମହୁପଦର ସରପଞ୍ଚ ଟୁକୂନା ଦାସ ଙ୍କ ସହିତ ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଈଥିଲା। କୃଷି ବିଭାଗ ତରଫରୁ ସଠିକ ସମୟରେ ବିହନ ମିଳୁନଥିବା ଅଭିଯୋଗ ହେଉଥିବା ବେଳେ ପ୍ରତିନିଧିମାନଙ୍କୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଶେରଗଡ ସହର କୁ ପାନୀୟ ଜଳ ଯୋଗାଇ ଦେବା ଲାଗି ପ୍ରକାଶ କରାଯାଇଥିଲା। ଏହି ବର୍ଷ ବର୍ଷା ର ଅଭାବ ଯୋଗୁଁ ଅଧିକାଂଶ ଜମି ଧାନ ଅମଳ ହେବା ଲାଗି ବହୁତ ବାଧା ବିଘ୍ନ ଦେଖାଯାଈଥିଲା। ହରଭଙ୍ଗୀ ତରଫରୁ ଜଳଯୋଗାଣ ସଠିକ ଭାବେ ହୋଈପାରିନଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଈଥିଲା ଏବଂ ହରଭଙ୍ଗୀ ରେ ଆସୁଥିବା ପାଣି ଯଥେଷ୍ଟ ହେଉନଥିବାରୁ ମାନ୍ୟବର 56 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଥିଲେ ଯେ,ଅବିଭକ୍ତ କୋରାପୁଟ ଜିଲ୍ଲା ଗଜପତି ଜିଲ୍ଲା ରେ ବଂଶଧାରା ନଦୀ ହରଭଙ୍ଗୀ ପ୍ରକଳ୍ପ ସହିତ ସଂଯୋଗ କରିବା ଲାଗି ପ୍ରଶାସନ କୁ ସମିତି ବୈଠକ ଜରିଆରେ ଅନୁରୋଧ କରିଛନ୍ତି। ଯାହାଦ୍ୱାରା କି ଶେରଗଡ, ହିଞ୍ଜିଳି ବ୍ଲକ ସହ ଅନ୍ୟ ତିନୋଟି ବ୍ଲକ ଉପକୃତ ହୋଈପାରିବେ। ପିତ୍ତଳ ପଞ୍ଚାୟତ ରେ ଥିବା କୃଷି ପରାମର୍ଶ କେନ୍ଦ୍ର ଚାଷୀଙ୍କ କାମ ରେ ନଲାଗି ସିମେଣ୍ଟ ଗୋଦାମ ହୋଈଥିବା ସରପଞ୍ଚ ରାମ ରାଘବ ପାତ୍ର ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି କାର୍ଯ୍ୟ ହେଉନଥିବାରୁ ବୈଠକରେ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହା ସହ ବାତ୍ୟା ଆଶ୍ରୟ ସ୍ଥଳୀ ଓ ପାଠାଗାର ର ଚାବି ପଞ୍ଚାୟତ କୁ ହସ୍ତାନ୍ତର ହେଉନଥିବାରୁ ବୈଠକ ମଧ୍ୟରେ ପ୍ରବଳ ଉଦବେଗ ପ୍ରକାଶ କରିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟ ଶୈଳୀ କୁ ଉଦବେଗ ପ୍ରକାଶ ପାଈଥିଲା। ବିଭାଗର ଶେରଗଡ ରେ ଥିବା କାର୍ଯ୍ୟାଳୟ ଖୋଲା ଯାଉନଥିବାରୁ ସମସ୍ତ ସଦସ୍ୟ ବିରକ୍ତି ପ୍ରକାଶ କରିଥିଲେ। ମଚ୍ଛାକୋଟ ରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର କେନାଲ ବହୁତ ପୁରୁଣା ହେବାରୁ ଜଳ ସଂରକ୍ଷଣ ଏବଂ ଜଳସେଚନ ରେ ଅସୁବିଧା ହେଉଛି। ଏଣୁ ଏହାର ପୁନରୁଦ୍ଧାର କଲେ ଚାଷୀ ମାନେ ବିଶେଷ ଉପକୃତ ହୋଈପାରିବେ ବୋଲି ଗୃହରେ ସଦସ୍ୟମାନେ ପ୍ରକାଶ କରିଥିଲେ। ଶେରଗଡ ବ୍ଲକରେ ଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ମାନଙ୍କ ରେ ହେଲପର ମାନେ ପାଠ ପଢାଉଥିବା ଅଭିଯୋଗ ହୋଈଥିଲା। 56 ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଥିଲେ ଯେ,ବର୍ତ୍ତମାନ ରାଜ୍ୟରେ ଥିବା ସରକାର ନିର୍ବାଚନ ସମୟରେ ମାଗଣାରେ ସମସ୍ତ ଉପଭୋକ୍ତାଙ୍କୁ 3 ଶହ ୟୁନିଟ ବିଦ୍ୟୁତ ଦେବା ଲାଗି ପ୍ରକାଶ କରିଥିଲେ। ଏଣୁ ରାଜ୍ୟ ସରକାର ସମସ୍ତ ଉପଭୋକ୍ତାଙ୍କୁ 3 ଶହ ୟୁନିଟ ବିଦ୍ୟୁତ ମାଗଣା ଦେବାକୁ ଗୃହ ମାଧ୍ୟମରେ ସମସ୍ତ ସଦସ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ। ଶେରଗଡ ମିଡିଆ ହାଉସ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ମହାପ୍ରୟାଣ ଗାଡି ଯୋଗାଇ ଦେବା ଲାଗି ଦାବି କରାଯାଇଥିଲା। ଏହି ଦାବି କୁ ବୈଠକରେ ଆଲୋଚନା କରାଯାଆଈ ତୁରନ୍ତ ଯୋଗାଇ ଦେବାକୁ ବୈଠକରେ ସମ୍ମତି ପ୍ରକାଶ ପାଈଥିଲା। ପରିଶେଷରେ ଜିପିଓ ସୁଶାନ୍ତ କୁମାର ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଦେବା ପରେ ବୈଠକ ପରିସମାପ୍ତି ହୋଇଥିଲା।